ଓଡିଶା

ଟ୍ରାକ୍ଟର ଦୁର୍ଘଟଣାରେ ମହିଳା ମୃତ୍ୟୁ

ମାଲକାନଗିରି: ଜିଲ୍ଲାର ମାଲକାନଗିରି ବ୍ଲକ ଅନ୍ତର୍ଗତ ତଣ୍ଡାପଲ୍ଲୀ ପଞ୍ଚାୟତରେ ଏକ ଶଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃ୍ତ୍ୟୁ ହୋଇଥିଲା । ମୃତକ ମହିଳା ହେଲେ ଏମଭି ୪୬ ଗ୍ରାମର ମଇନା ଦାସ ।

ସୂଚନା ଅନୁଯାୟୀ, ଏମଭି ୪୬ ଗ୍ରାମର ନିମାଇ ଦାସ ଓ ତାଙ୍କ ସ୍ତ୍ରୀ ମଇନା ଦାସ ବାସ କରନ୍ତି । ଗତକାଲି ଅପରାହ୍ନ ୩ ଘଟିକା ସମୟରେ ମଇନା ରାସ୍ତା ପାର କରୁଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରାକଟର ମଇନା ଦାସଙ୍କୁ ଧକା ଦେଇଥିଲା ଫଳରେ ସେ ତଳେ ପଡିଯାଇଥିଲେ । ଏହା ଦେଖି ଗ୍ରାମବାସୀ ମାନେ ତୁରନ୍ତ ତାଙ୍କୁ ମାଲକାନଗିରି ମୁଖ୍ୟ ଡାକ୍ତରଖାନ ନେଇଯାଇଥିଲେ । କିନ୍ତୁ ସେଠାରେ ପ୍ରବଳ ରକ୍ତପାତ ହେବାରୁ ତାଙ୍କର ମୃତ୍ୟ ଘଟିଥିଲା । ଘଟଣାସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି ମୃତ ଦେହକୁ ଠାବ କରି ଶବ ବ୍ୟବଛଦ ପାଇଁ ପଠାଇଛନ୍ତି ଓ ତଦନ୍ତ ଆରମ୍ଭ କରିଛନ୍ତି ।

Related posts

ଆଜି ଓଡିଶା ଆସୁଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଶ୍ରୀମନ୍ଦିର ମହାପ୍ରଭୁଙ୍କ ମକରନୀତି

mahabharatanews

ଏକ ଗ୍ରାମ ସୁନାର ଦାମ ଏକ କପ୍ ଚା ଠାରୁ ମଧ୍ୟ କମ୍ ।

mahabharatanews