ଓଡିଶା

ଟ୍ରେଡ ୟୁନିଅନ ପକ୍ଷରୁ ବିକ୍ଷୋଭ

(ତାରାକାନ୍ତ ନାୟକ / ସାଲେପୁର): କେନ୍ଦ୍ରିୟ ଶ୍ରମିକ ସଂଗଠନ ମାନଙ୍କ ମିଳିତ ମଞ୍ଚ ଡ଼ାକରାରେ ଆଜି ସାଲେପୁର ବ୍ଲକ ସମ୍ମୁଖରେ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ସାଲେପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ନିର୍ମାଣ ଶ୍ରମିକ ମାନେ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ।ଶ୍ରମ ଆଇନର ସଂଶୋଧନ ବାତିଲ କରିବା,ପେଟ୍ରୋଲ, ଡିଜେଲର ଦର ବୃଦ୍ଧି ବନ୍ଦ କରିବା ଆୟକର ଦେଉନଥିବା ପ୍ରତ୍ୟକ ପରିବାରକୁ ୭,୫୦୦ଟଙ୍କା୬ମାସ ପର୍ୟ୍ୟନ୍ତ ଦେବା,ପ୍ରବାସୀ ଶ୍ରମିକ ମାନଙ୍କୁ ତୁରନ୍ତ କାର୍ୟ୍ୟ ଦେବା ଦାବିକରି ଏହି ବିକ୍ଷୋଭ କରାଯାଇଥିଲା।ଏହି ବିକ୍ଷୋପ ସମାବେଶରେ ଭାଷଣ ଦେଇ ଉଓଞଟ ନେତା ପିତାମ୍ବର ଲେଙ୍କା,ଓଘଞଟଉନେତା ରଞ୍ଜନ କୁମାର କାଣ୍ଡି,ସରକାରଙ୍କ ଶ୍ରମିକ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ।ଏହି ବିକ୍ଷୋପ ସମାବେଶକୁ ଶ୍ରୀ ବାସୁଦେବ ଓଝା,ଶ୍ରୀ ପ୍ରଶାନ୍ତବେହେର ଉମେଶ ମହାପାତ୍ର,କ୍ଷୀରୋଦ ଚନ୍ଦ୍ର ମଲ୍ଲିକ,ଜୟନ୍ତ ମହାପାତ୍ର,ଜଗବନ୍ଧୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Related posts

ଖୋର୍ଦ୍ଧାରେ ପଞ୍ଚାୟତିରାଜ ଦିବସ ପାଳିତ

mahabharatanews

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

mahabharatanews

୨୬ରେ ଯୁକ୍ତ ଦୁଇ ପରୀକ୍ଷା ଫଳ

mahabharatanews