bharatଓଡିଶାଭାରତ

ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧି ପରେ ଖସିଲା ଟଙ୍କାର ମୂଲ୍ୟ ।

ଥରକୁ ଥର ଡଲାର ତୁଳନାରେ ପତଳା ହୋଇ ଚାଲିଛି ଟଙ୍କାର ମୂଲ୍ୟ । ବିଦେଶ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରୁ ଅଧିକ ହୋଇଯିବା ପରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ୯୬ ଟଙ୍କା ସ୍ତର ଅତିକ୍ରମ କରିଛି। ଏବଂ ପ୍ରଥମ ଥର ପାଇଁ ଡଲାର ମୂଲ୍ୟ ୯୬ ଟଙ୍କାରୁ ଅଧିକ ହୋଇଛି। ତେବେ ମୁଦ୍ରା ବିନିମୟ ବଜାରରେ କାରବାର ବେଳେ ଆଜି ଏକ ସମୟରେ ଡଲାର ଦାମ୍ ୯୬ ଟଙ୍କା ୫ ପଇସା ହୋଇଯାଇଥିଲା। ଚଳିତ ବର୍ଷ ଡଲାର ତୁଳନାରେ ଟଙ୍କା ୬ ପ୍ରତିଶତରୁ ଅଧିକ ଦୁର୍ବଳ ହୋଇସାରିଲାଣି। ଏସିଆର ବିଭିନ୍ନ ଦେଶ ତୁଳନାରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ପ୍ରଦର୍ଶନ ସବୁଠୁ ଖରାପ ରହିଛି।

Rupee inches towards 96: Currency touches record low at 95.85 against US  dollar

ଭାରତ ଅଶୋଧିତ ତେଲ, ସାର, ଖାଇବା ତେଲ ଭଳି ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ବିପୁଳ ପରିମାଣର ଡଲାର ଖର୍ଚ୍ଚ କରୁଛି। ଏଭଳି ସ୍ଥିତିରେ ଟଙ୍କା ଦୁର୍ବଳ ହେବା ଦ୍ବାରା ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି ହୋଇଛି। ସେଥିରେ ଥିବା ଡଲାରକୁ ରିଜର୍ଭ ବ୍ୟାଙ୍କ ବାହାର କରି ବିକ୍ରି କରୁଥିବାରୁ ଭଣ୍ଡାର ପରିମାଣ ଲାଗାତାର ଭାବେ କମ୍ ହେବାରେ ଲାଗିଛି।

Currency Crossroads: What rupee at 91 vs USD means for global markets and  HNIs - The Economic Times

ଅନ୍ୟପଟେ, ଭାରତ ବଜାରରୁ ବିଦେଶୀ ନିବେଶକମାନେ ପ୍ରତିଦିନ କୋଟି କୋଟି ଡଲାର ପ୍ରତ୍ୟାହାର କରୁଛନ୍ତି। ‌ଗୋଟିଏ ପଟେ ନୂଆ ବିଦେଶୀ ମୁଦ୍ରା ଆଗମନ ହ୍ରାସ ପାଇବା ଓ ଅନ୍ୟପଟେ ଦେଶରେ ଯେତିକି ବିଦେଶୀ ମୁଦ୍ରା ରହିଛି ତାହା ଦ୍ରୁତ ଗତିରେ କମ୍ ହେଉଥିବାରୁ ଦେଶରେ ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି।

Related posts

ଥମୁନି ମଣିପୁର ହିଂସା : ଗୁଳି କରି ୩ଜଣଙ୍କୁ ହତ୍ୟା 

mahabharatanews

ବର୍ଷାରେ ଭୁଶୁଡିଲା ଘରର କାନ୍ଥ : ୫ ଜଣଙ୍କ ମୃତ୍ୟୁ , ୪ ଗୁରୁତର

mahabharatanews

 ଘନ କୁହୁଡ଼ି : ଯାନବାହାନ ଚଳାଚଳ ଉପରେ ସତର୍କତା ଜାରି

mahabharatanews