ଓଡିଶା

ଟ୍ରେନ ଯାତ୍ରା ବେଳେ ଜୀବନ ଗଲା

(ମହାଭାରତ, ଟିଟିଲାଗଡ): ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସରେ ଗତକାଲି ରାତିରେ ଅସୁସ୍ଥ ହୋଇ ପଡିଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ରାୟପୁରରୁ ପଲାସା ଯାଉଥିଲେ । କଣ୍ଟାବାଞ୍ଜି ଠାରେ ହଠାତ ଅସୁସ୍ଥ ହୋଇପଡିଥିଲେ । ରେଲୱେ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଜଣାପଡିଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

Related posts

କୋଣାର୍କ ଥାନାରେ ଆମ ପୁଲିସ କାର୍ଯ୍ୟକ୍ରମ

mahabharatanews

ଅସୁରକ୍ଷିତ ସହର ପାଲଟିଛି ବାଲୁଗାଁ ଥାନା ଅଧିନସ୍ଥ ବିଭିନ୍ନ ଅଞ୍ଚଳ

mahabharatanews

ଲୋକେ ସଚେତନ ନ ହେଲେ ସ୍ଥିତି ଭୟଙ୍କର ହେବ

mahabharatanews