ଓଡିଶା

ଲୋକେ ସଚେତନ ନ ହେଲେ ସ୍ଥିତି ଭୟଙ୍କର ହେବ

କଟକ: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ସମୟ ଥାଇ ରାଜ୍ୟ ସରକାରଙ୍କ ଲକଡାଉନ ନିଷ୍ପତ୍ତି କରୋନା ସଂକ୍ରମଣ ଚେନକୁ ଛିଣ୍ଡାଇବାରେ ସମର୍ଥ ହୋଇଛି । ତେବେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା କମିବାର ନାମ ନେଉ ନାହିଁ । ଜୁନ ମାସ ଆରମ୍ଭରୁ ୧୧ ତାରିଖ ପର୍ଯ୍ୟନ୍ତ ସାଢେ ୪୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଏହି ମୃତ୍ୟୁ ପୂର୍ବରୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କର ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ଡିଏମଇଟି କହିଛନ୍ତି ଯେ, ପୂର୍ବରୁ ବହୁ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେବା ସହ ବହୁ ଗୁରୁତର ରୋଗୀ ଆଇସିୟୁରେ ଥିଲେ। ଏବେ ଦୈନିକ ସଂକ୍ରମଣ କମିଛି । କିନ୍ତୁ ପୂର୍ବର ଗୁରୁତର ରୋଗୀଙ୍କ ପାଇଁ ମୃତ୍ୟୁ ସଂଖ୍ୟା ବଢିଛି, ଯାହା ଶୀଘ୍ର ହ୍ରାସ ପାଇବ । ତେବେ ସଂକ୍ରମଣ ହ୍ରାସ ପାଇବାକୁ ନେଇ ଲୋକେ ସଚେତନ ନ ହୋଇ ବେପରୁଆ ହେଲେ ସ୍ଥିତି ଆହୁରି ଭୟଙ୍କର ହେବ । ତେଣୁ ଲୋକଙ୍କୁ ସଚେତନ ହେବାକୁ ହେବ । ସେ ଆହୁରି କହିଛନ୍ତି, ଲକଡାଉନ ପାଇଁ ଗରିବ, ବୁଲା ବେପାରୀ ବହୁ ସମସ୍ୟା ଭୋଗୁଛନ୍ତି । ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ଅନଲକକୁ ନେଇ ନିଷ୍ପତ୍ତି ନିଆଯିବ । ତେବେ ଆମକୁ ସଚେତନ ରହିବାକୁ ହେବ ।

 

Related posts

ଆଜିଠୁ ୩ମାସ ଯାଏ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

mahabharatanews

ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବହୁ ପଦବୀ ଖାଲି ରହିଛି। ଗୃହର ବହୁ ସଦସ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି।

mahabharatanews

ଓଡି଼ଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ

mahabharatanews