ଓଡିଶା

ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ନ କରି ଏସଆଇ ନିଲମ୍ବିତ

(ମହାଭାରତ, ସମ୍ବଲପୁର): ଏକ ହତ୍ୟା ମାମଲାର ତଦନ୍ତରେ ଅବହେଳା ଯୋଗୁଁ ଶନିବାର ଅଇଁଠାପାଲି ଥାନାର ଏସଆଇ ଯୁଗଳ କିଶୋର ସାଙ୍କୁ ସମ୍ବଲପୁର ଏସପି ନିଲମ୍ବିତ କରିଛନ୍ତି । ହତ୍ୟା ମାମଲାରେ ଚାର୍ଜସିଟ୍ ଦେବାରେ ଗୋଟିଏ ଦିନ ବିଳମ୍ବ ହେବାରୁ ଏସଆଇଙ୍କ ନିଲମ୍ବନ ଘଟଣା ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ ହୋଇଛି । ୧୨୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ ନ କରିବାରୁ ଏହାକୁ ନେଇ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ (ଏସପି) ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ କାର୍ଯରୁ ନିଲମ୍ବିତ କରିଛନ୍ତି । ସୂଚନା ଅନୁଯାୟୀ, ସମ୍ବଲପୁର ବୁଢାରାଜା ଅଞ୍ଚଳରେ ଜଣେ ବୟସ୍କା ମହିଳାଙ୍କୁ ତାଙ୍କ ଘରେ ଭଡା ରହୁଥିବା ସୌରଭ ନାମକ ଜଣେ ବ୍ୟକ୍ତି ତଣ୍ଟି ଚିପିବା ସହ ଛୁରୀ ଭୁସି ହତ୍ୟା କରିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ଘଟଣାର ତଦନ୍ତ ଭାର ଅଇଁଠାପାଲି ଥାନାର ସବ୍ ଇନ୍ସପେକ୍ଟର ଯୁଗଳ କିଶୋର ସାଙ୍କୁ ଦିଆଯାଇଥିଲା । ଏହି ମାମଲାର ତଦନ୍ତ ୧୨୦ ଦିନ ମଧ୍ୟରେ ଚାର୍ଜସିଟ୍ ଦେବା କଥା । କିନ୍ତୁ ସେ ଗୋଟିଏ ଦିନ ବିଳମ୍ବରେ ଚାର୍ଜସିଟ୍ ଦାଖଲ କରିଥିଲେ । ଫଳରେ ଅପରାଧୀ କୋର୍ଟରୁ ବେଲ ପାଇବାରେ ସକ୍ଷମ ହୋଇଥିଲା । ଏଥିରେ ଅଇଁଠାପଲ୍ଲୀ ଥାନା ଏସଆଇଙ୍କ ହାତ ଥିବା ଅଲୋଚନା ହୋଇଥିଲା । ଯାହାକୁ ନେଇ ସମ୍ବଲପୁର ଏସପି ଅସନ୍ତୋଷ ପ୍ରକାଶ କରିବା ସହ ଏସଆଇ ଯୁଗଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

Related posts

୪ ଦିନ ପରେ ଗଡ଼ିଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌

mahabharatanews

‘ଆମ ଓଡ଼ିଶା ନବୀନ ଓଡ଼ିଶା’

mahabharatanews

ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

mahabharatanews