ଓଡିଶା

୪ ଦିନ ପରେ ଗଡ଼ିଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌

(ବାଲେଶ୍ଵର) : ବାହାନଗା ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହାରି ମଧ୍ୟରେ  ୪ ଦିନ ପରେ ଆଜି ଟ୍ରାକ୍‌ରେ ଗଡ଼ିଛି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌। ମଧ୍ୟାହ୍ନରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଯାଇଥିଲା ।  ଜୁନ୍ ୨ ତାରିଖ ସନ୍ଧ୍ୟାରେ କୋଲକାତାରୁ ଚେନ୍ନାଇ ଅଭିମୁଖେ ଯିବା ବେଳେ ବାହାନଗା ବଜାର ଷ୍ଟେସନ୍‌ଠାରେ ଅପ୍‌ଲାଇନ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ। ତା ପରଠାରୁ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। 

ସୂଚନାନୁଯାୟୀ , ସ୍ଥିତି ସ୍ବାଭାବିକ ହୋଇ  ଥିବାରୁ ବୁଧବାର ପାଇଁ ଦକ୍ଷିଣ ପୂର୍ବ ରେଳପଥ ଅଧୀନରୁ ଛାଡ଼ିବାକୁ ଥିବା ୯ଟି ଟ୍ରେନ୍ ବାତିଲ୍ ହୋଇଛି। ତେବେ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଦକ୍ଷିଣ-ପୂର୍ବ ରେଳପଥର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟରେ ନିୟୋଜିତ ରହିଛି। ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ପଶ୍ଚିମବଙ୍ଗରୁ ଅଣାଯିବା ସହ କାର୍ଯ୍ୟ ହେଉଛି। 

Related posts

କାଲି ନୀତି ଆୟୋଗ ବୈଠକ, ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

mahabharatanews

୩୪ ତମ ସର୍ବ ଭାରତୀୟ ଲାଲମନୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୋଭାଯାତ୍ରା

mahabharatanews

ଆସନ୍ତାକାଲି ଯାଏଁ ଗୃହ ମୁଲତବୀ 

mahabharatanews