ବ୍ରହ୍ମପୁର: ଡିମ୍ପଲ ଓ ସୁମିତଙ୍କୁ ଏକତ୍ର କରାଇବାକୁ କୋର୍ଟଙ୍କ ରାୟ । ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢିବାକୁ ଦିଆଯାଇଛି ୭ ଦିନ । ଉଭୟ ଡିମ୍ପଲ ଓ ସୁମିତଙ୍କୁ ଏକତ୍ର ୭ ଦିନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୭ ଦିନ ଉଭୟ ଆସ୍କାରେ ଏକ ଘର ନେଇ ରହିବେ । ସେମାନଙ୍କର କାହାରି ସହ କୌଣସି ସମ୍ପର୍କ ରହିବ ନାହିଁ । ନାଁ ବାପା ମାଙ୍କ ସହ ନାହିଁ ସାଙ୍ଗସାଥି, ସାମାଜିକ କର୍ମୀ । ଏଥିସହ ଡିମ୍ପଲଙ୍କର ସମସ୍ତ ଖର୍ଚ୍ଚ ସୁମିତ ବହନ କରିବେ ବୋଲି କୋର୍ଟ କହିଛନ୍ତି । ୭ ଦିନ ଉଭୟ ଏକତ୍ର ରହି ସମ୍ପର୍କରେ ଆସିଥିବା ତିକ୍ତତା ଦୂର କରିବେ ବୋଲି କୋର୍ଟଙ୍କ ଆଶା ।
ଏହି କାର୍ଯ୍ୟରୁ ଉଭୟ ପରିବାରକୁ ଦୂରେଇ ରଖାଯିବ । ସେମାନଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ବିଷୟର ତଦାରଖ କରିବ ଜିଲ୍ଲା ପ୍ରଶାସନ ତଥା ପୁଲିସ ପ୍ରଶାସନ । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ରହିବା ପାଇଁ ଘରର ବ୍ୟବସ୍ଥା କରାଯିବ । ୭ ଦିନ ରହିବା ପରେ ସେମାନେ ପୁଣି କୋର୍ଟରେ ହାଜର ହେବେ । ପରବର୍ତ୍ତୀ ଶୁଣାଣି ଏହା ପରେ ହେବ ବୋଲି ଆଇନଜୀବୀ ସୂଚନା ଦେଇଛନ୍ତି ।
ଦୀର୍ଘ ୧୧ ଦିନ ଧରି ଡିମ୍ପଲ ନିଜ ଅଧିକାର ଦାବିରେ ସ୍ୱାମୀ ସୁମିତଙ୍କ ଘର ସମ୍ମୁଖରେ ଜିଦିରେ ଅଡି ବସିଥିଲେ । ଡିମ୍ପଲଙ୍କୁ ଉଠାଇବାକୁ ସୁମିତ ଓ ତାଙ୍କ ପରିବାର ପକ୍ଷରୁ ବହୁ ପ୍ରୟାସ ହୋଇଥିଲେ ମଧ୍ୟ ତାହାକୁ ଶୁଣିନଥିଲେ ଡିମ୍ପଲ । ସେ ସୁମିତଙ୍କ ସହ ରହିବାକୁ ଅଡିବସିଥିଲେ ।
previous post
next post