ଓଡିଶା

ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ସମ୍ବର୍ଧନା ସଭା ଅନୁଷ୍ଠିତ

ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ  କଂଗ୍ରେସ ପକ୍ଷରୁ ତୁରଙ୍ଗ ସ୍ଥିତ ଦୁର୍ଗା ହୋଟେଲ ଠାରେ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କ  ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବୁଧବାର ମଧ୍ୟାହ୍ନରେ ନାଲକୋ ନଗର ଟ୍ରକ୍ ଓନର ୱେଲଫେୟାର ଆସୋସିଏସନ୍ ଓ ତାଳଚେର ଟ୍ରକ୍ ଓନର ଆସୋସିଏସନ୍ ମିଳିତ ସହଯୋଗରେ  ସଭା ଅନୁଷ୍ଠିତ ହୋଇଥିବା ବେଳେ ନାଲକୋ ନଗର ଟ୍ରକ୍ ଓନର ୱେଲଫେୟାର ଆସୋସିଏସନ୍ ର ସଭାପତି ତଥା ଯୁବ ଉଦୋଗୀ ମନୋରଞ୍ଜନ ଜେନାଙ୍କ ସଭା ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ରାଜ୍ୟର କୋଣ ଅନୁକୋଣରୁ ଶହେରୁ ଉର୍ଦ୍ଧ୍ବ  ରାଜ୍ୟ ସ୍ତରୀୟ କର୍ମକର୍ତ୍ତା  ସାମିଲ ହୋଇଥିଲେ। ଆଜିର ସମ୍ବର୍ଧନା ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ  ଏ.ଆଈ.ଏମ.ଟି.ସି ଅଧ୍ୟକ୍ଷ ରବିନାରାୟଣ ଶତପଥୀ ଯୋଗ ଦେଇ ସଂଘକୁ ସୁଦୃଢ କରିବା ମୂଳ ଲକ୍ଷ ବୋଲି ପ୍ରକାଶ କରିଥିଲେ।ଓଡ଼ିଶା ରାଜ୍ୟ ମୁଖ୍ୟ ଶରତ ଚନ୍ଦ୍ର ପ୍ରଧାନ, ରାଜ୍ୟ ସମ୍ପାଦକ ଦିଲ୍ଲୀପ କୁମାର ପାଣି, ରାଜ୍ୟ ସଂଯୋଗକ ରାଜୀବ କୁମାର ଜେନା, ଉପଦେଷ୍ଟା ଭାବେ ସତ୍ୟବ୍ରତ ସ୍ୱାଇଁ ବିକ୍ରମ କେସରୀ ମହାନ୍ତି ,ସିବାସିସ୍ ଦାଶ , ବିରଞ୍ଚି ସ୍ୱାଇଁ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ସଭା ରେ ପୂର୍ବ ସରକାର କିଭଳି  ବିଭିନ୍ନ ଆଳ ରେ ଗାଡି ମାଲିକଙ୍କୁ ଚାପ ପକାଇବା , ଫାଇନ ଆଦାୟ, ଭଡା ବୃଦ୍ଧି ବଦଳରେ ସାରା ଭାରତବର୍ଷ ରେ ଗାଡି ମାଲିକଙ୍କ ସମସ୍ୟାକୁ ନେଇ ଏ.ଆଈ.ଏମ.ଟି.ସି ସମସ୍ୟା କୁ ନେଇ ଉଦ୍ୟମ ଜାରି ରଖିଛି।

ପରିବହନ ବିଭାଗର ମିଛ ଈଚାଲାଣ କୁ ତୀବ୍ର ନିନ୍ଦା ଓ ପ୍ରତିବାଦକରିବା ସହ ସୁପ୍ରିମ କୋର୍ଟଙ୍କ ଠାରେ ଦ୍ବାରସ୍ଥ ହୋଇ ଅଭିଯୋଗ ଜଣାଇଚୁ । ଯାହା ଫଳରେ ଟ୍ରକ୍ ମାଲିକଙ୍କ ରୋଜଗାର କମୁଛି ଖର୍ଚ୍ଚ ବଢୁଛି । ଟୋଲଗ୍ରେଟ୍ ଖର୍ଚ୍ଚ ବଢ଼ି ଚାଲିଛି ମନଇଚ୍ଛା ଟୋଲ ଫି ବଢ଼ି ଚାଲିଛି, ନଗଦ ରେ ଫିଟନେସ ଫି ବୃଦ୍ଧି । ଆଗାମୀ ଦିନରେ ଯଦି ସରକାର ସମସ୍ୟାର ସମାଧାନ ନ କରନ୍ତି ଆଗାମୀ ଦିନରେ ଏ.ଆଈ.ଏମ.ଟି.ସି ନେତୃତ୍ଵ ରେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି।

Related posts

ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଗ୍ରହ ପ୍ରତିଷ୍ଠା, ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

mahabharatanews

ଆଜି ରାଜ୍ୟରେ ୧୩୨୦ ପଜିଟିଭ ବାହାରିଲେ

mahabharatanews

୨୦୦ ଶିଳ୍ପ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

mahabharatanews