(ଦୀପକ ମିଶ୍ର / ଉଦଳା) ; ବାହାରିଲା ସିବିଏସଇ ରେଜଲ୍ଟ । ସିବିଏସଇ ରେଜଲ୍ଟରେ ଛାତ୍ରଛାତ୍ରୀମାନଙ୍କ କମ୍ ନମ୍ବର ରହିଥିବାରୁ ଏହାକୁ ନେଇ ତାତିଛନ୍ତି ଅଭିଭାବକ । ଯାହାକୁ ନେଇ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହିତ ପ୍ରିନ୍ସିପାଲଙ୍କୁ ଘେରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ସେ ଯୋଶେଫ୍ କନଭେଟ ସ୍କୁଲରେ । ୩ ତାରିଖ ସିବିଏସଇ ରେଜଲ୍ଟ ବାହାରିଥିବା ବେଳେ ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ରେଜଲ୍ଟ ଖରାପ ହୋଇଛି । ଯାହାକି ଯେଉଁମାନେ ଅଷ୍ଟମ ଏବଂ ନବମରେ ୯୦ ପ୍ରତିଶତ ନମ୍ବର ରଖୁଥିଲେ ସେମାନଙ୍କୁ ୪୦ ପ୍ରତିଶତରୁ କମ୍ ନମ୍ବର ମିଳିଛି । ଏହା ସହିତ ଅଷ୍ଟମ, ନବମ ଶ୍ରେଣୀରେ ୪୦ ପ୍ରତିଶତରୁ କମ୍ ମାର୍କ ରଖୁଥିବା ଛାତ୍ରଛାତ୍ରୀମାନଙ୍କୁ ସିବିଏସଇ ବୋର୍ଡ ପରୀକ୍ଷାରେ ୭୦ ରୁ ୮୦ ପ୍ରତିଶତ ମାର୍କ ଦିଆଯାଇଛି । ଚଳିତବର୍ଷ ୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଅର୍ଦ୍ଧାଧିକ ଛାତ୍ରଛାତ୍ରୀଙ୍କର ତୃଟି ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଆଜି ଅଭିଭାବକମାନେ ସ୍କୁଲ ପରିସରରେ ପହଞ୍ଚି ପ୍ରିନ୍ସିପାଲଙ୍କୁ ତାଙ୍କ ଅଫିସରେ ଘେରିବା ସହିତ ବିଦ୍ୟାଳୟର କମ୍ପ୍ୟୁଟର ରୁମରେ ତାଲା ପକାଇଥିଲେ । ଦୀର୍ଘ ସମୟ ଧରି ସ୍କୁଲ ପରିସରରେ ଉତେଜନା ଲାଗି ରହିଥିଲା । ଏହା ସହିତ ତୁରନ୍ତ ଏହାର ସମାଧାନ କରିବା ସହିତ ରି ମାର୍କ କରିବାକୁ ଦାବି କରିଛନ୍ତି ଅଭିଭାବକ । ଘଟଣା ବାବଦରେ ସ୍କୁଲ ପ୍ରିନ୍ସିପାଲଙ୍କୁ ପଚାରିବାରୁ ସେ ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି ।
previous post
next post
