ଓଡିଶା

ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ

(ମହାଭାରତ, ରାଉରକେଲା): ରାଉରକେଲାର ଝିରପାଣି ଥାନା ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ଅବସ୍ଥା ଏବେ ଗୁରୁତର ରହିଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ସନ୍ଧ୍ୟାରେ ଟିଉସନ ପାଇଁ ପମ୍ପ ହାଉସ ନିକଟକୁ ଯାଇଥିଲେ । ମାତ୍ର ରାତିରେ ଘରକୁ ଫେରି ନଥିଲେ । ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ତା’ ପରଦିନ ଅର୍ଥାତ ରବିବାର ନାବାଳିକାଟି କୋଏଲ ନଦୀ ନିକଟରେ ବସି କାନ୍ଦୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନର କିଛି ସଦସ୍ୟ ଦେଖିବାକୁ ପାଇଥିଲେ । ସେମାନେ ତାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ଘଟଣା ବିଷୟରେ ଜାଣିବା ପରେ ପରିବାର ଲୋକେ ଝିରିପାଣି ଥାନାରେ ଏତଲା ଦେଇଛନ୍ତି । ଝିଅଟିର ଡାକ୍ତରୀମାଇନା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

Related posts

ସରିଲା ସର୍ବଦଳୀୟ ବୈଠକ | ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା

mahabharatanews

୧୪/୧୫ରେ ବର୍ଷା କମାଇବ ତାତି

mahabharatanews

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ

mahabharatanews