ଓଡିଶା

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ

(ମହାଭାରତ, ମାଲକାନଗିରି): ମାଲକାନାଗିରି ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ଦଶରଥ ପଢିଆମୀ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ସଭାରେ ୩୦୦ରୁ ଉଦ୍ଧ୍ୱର୍ ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକଙ୍କ ପାଇଁ ଗୃହ ଓ ଜୀବନ ବିମା ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା । ମାଲକାନଗିରି ଜିଲ୍ଲାର ସମସ୍ତ ନିର୍ମାଣ ଶ୍ରମିକଙ୍କ ଜୀବିକାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଶାସନ ତତ୍ପର ରହିଥିବା ସୂଚନା ଦିଆଯାଇଥିଲା ।

Related posts

ରାଜ୍ୟରେ ସଂକ୍ରମଣ ହାର ପୁଣି ବଢ଼ିଲା

mahabharatanews

ସଂକ୍ରମଣ ବଢ଼ିଲେ ମାସ୍କକୁ ନେଇ ଆସିପାରେ ନୂଆ ନିୟମ

mahabharatanews

ହାତୀ ଉପଦ୍ରବ ପାଇଁ ପିଲା ଯାଉ ନାହାନ୍ତି ସ୍କୁଲ

mahabharatanews