ଓଡିଶା

ତେଲ ଟ୍ୟାଙ୍କର ଟ୍ରକରୁ ତିନି ବସ୍ତା ଗଞ୍ଜେଇ ଜବତ

(ବନବାସି ପ୍ରଧାନ, କନ୍ଧମାଳ): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବେରେଡ଼ାକିଆ ଛକରେ ଗାଡ଼ି ଯାଞ୍ଚ୍ ବେଳେ ଗଞ୍ଜେଇ ଜବତ କରିଛି ରାଇକିଆ ପୋଲିସ୍ ।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, OD O5 T 1177 ନମ୍ବର ଯୁକ୍ତ ଏକ ପେଟ୍ରୋଲିୟମ ତେଲ ଟ୍ୟାଙ୍କର ରାୟଗଡ଼ାରେ ତେଲ ଅନଲୋଡ୍ କରି ଫେରିବା ସମୟରେ ପୁର୍ବ ପ୍ରସ୍ତୁତି ଅନୁଯାୟୀ ବାଲିଗୁଡ଼ା ଅଞ୍ଚଳରୁ ତିନି ବସ୍ତା ଗଞ୍ଜେଇ ଗାଡ଼ିରେ ଲୋଡ କରି ଖୋର୍ଦ୍ଧା ଅଭିମୁଖେ ଯାଉଥିଲା । ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ପୋଲିସ ସୂଚନା ପାଇଥିଲା ଏବଂ ପୂର୍ବ ସୂଚନା ଅନୁଯାୟୀ ରାଇକିଆ ପୋଲିସ୍ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିଲା ଏବଂ ଗାଡ଼ି ମୋଟର ଯାଞ୍ଚ୍ କଡ଼ାକଡ଼ି କରାଯାଇଥିଲା । ରାଇକିଆ ଥାନା ବେରେଡ଼ାକିଆ ନିକଟରେ ଗାଡ଼ି ମୋଟର ଯାଞ୍ଚ୍ ସମୟରେ ଉକ୍ତ ତେଲ ଟ୍ୟାଙ୍କର ଗାଡ଼ିର କ୍ୟାଭିନ୍ ସିଟ୍ ତଳୁ ତିନି ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ୍ । ଘଟଣା ସ୍ଥଳରୁ ଗାଡ଼ିସହ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଇକିଆ ପୋଲିସ୍ । ଜବତ ଗଞ୍ଜେଇର ଓଜନ ୫୦ କେଜି ୬୪୦ ଗ୍ରାମ୍ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ବାଲିଗୁଡ଼ା ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲାକୁ ଏହି ଗଞ୍ଜେଇ ଚୋରାଚାଲାଣ ହେଉଥିଲା ଏବଂ ଗିରଫ ଚାଲାଣକାରୀ ନୟାଗଡ଼ ଜିଲ୍ଲାର ଗୋଲକ ବିହାରୀ ଦାସ ଗୋଲକ ବିହାରୀ ଠାରୁ ନଗଦ ଦୁଇ ହଜାର ଟଙ୍କା ଏକ ମୋବାଇଲ ଜବତ କରାଯାଇଛି ବୋଲି ରାଇକିଆ ଥାନା ଅଧିକାରୀ ଅଲେଖ ଗରଡିଆ ସୁଚନା ଦେଇଥିଲେ ।

Related posts

ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ବାତିଲ୍‌

mahabharatanews

ବିପୁଳ ଦେଶୀ ମହୁଲ ମଦ ସହ ଦୁଇ ବାଇକ ଜବତ

mahabharatanews

ଆଜିଠୁ ବଲାଙ୍ଗୀର ୪ ଦିନ ସଟଡାଉନ

mahabharatanews