(ମହାଭାରତ): ସାରା ଦୁନିଆରେ ପ୍ରକୃତିର ନୂଆ ନୂଆ ରୂପ ଦେଖିବାକୁ ମିଳିଥାଏ । ଗୋଟିଏ ସମୟରେ ଦୁନିଆର ଗୋଟେ କୋଣରେ ଅନ୍ଧାର ହୋଇଥିବା ବେଳେ ଆଉ ଗୋଟଏ କୋଣରେ ଆଲୁଅ ହୋଇଥାଏ । ଆଉ କେଉଁଠାରେ ବର୍ଷା କମିବାର ନାଁ ନେଉଥିବା ବେଳେ ଆଉ କେଉଁଠାରେ ବର୍ଷାର ଦେଖାନଥାଏ । ଏହା ସହ ଏହି ଭଳି ଦୁନିଆର କିଛି ସ୍ଥାନରେ ଗରମରେ ଜୀବନ ଅସ୍ତବ୍ୟସ୍ତ ହେଉଛି ତ କିଛି ସ୍ଥାନରେ ବରଫପାତ ହେଉଛି ।
ତେବେ ଅତ୍ୟଧିକ ଥଣ୍ଡାରେ କୌଣସି କାମ ଅସମ୍ଭବ ହୋଇଯାଇଥାଏ । ଦୁନିଆରେ ଏମିତି ବହୁ ଦେଶ ରହିଛି ଯେଉଁଠାରେ ତାପମାତ୍ରା ମାଇନସରେ ରହିଥାଏ । ସାଇବେରିଆ ଏମିତି ଏକ ସ୍ଥାନ ଯେଉଁଠାରେ ସବୁବେଳେ ତାପମାତ୍ରା କମ ରହିଥାଏ ।
ସାଇବେରିଆରେ ବେଳେ ବେଳେ ତାପମାତ୍ରା ମାଇନସ ୫୦ଡ଼ିଗ୍ରୀ ସେଲସିୟସ ତଳେ ପହଚିଂଯାଇଥାଏ । ଏତେ ଥଣ୍ଡାରେ ମଣିଷର ଶରୀର ଜମିଯାଉଥିଲେ ମଧ୍ୟ ମଣିଷ ସବୁ ପରିସ୍ଥିତିରେ ଖାପ ଖୁଆଇ ଚଳିଯାଇଥାଏ ।
ଆଣ୍ଟାକର୍ଣ୍ଟିିକା ପରେ ସାଇବେରିଆ ସବୁଠାରୁ ଥଣ୍ଡା ସ୍ଥାନ ଅଟେ । ଏହିଠାରେ ଜୀବନଯାପନ ସବୁଠାରୁ କଷ୍ଟଦାୟକ । ପୂର୍ବ ସାଇବେରିଆ ଓଇୟାକନରେ ସବୁଠାରୁ ନିମ୍ନ ତାପମାତ୍ରା ମାଇନସ ୭୧.୨ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଏହି ଯାଗା ଏତେ ଥଣ୍ଡା ରହିଥାଏ ଯେ ଗୋଟେ ମିନିଟ ମଧ୍ୟରେ ପ୍ଳାଷ୍ଟିକ ବ୍ୟାଗ ମଧ୍ୟ ବରଫ ପାଲଟିଯାଇଥାଏ ।
ବିଶେଷ କରି ଡ଼ିସେମ୍ବର ମାସରେ ସାଇବେରିଆ ପୂରାପୂରି ବରଫ ପାଲଟିଯାଇଥାଏ । ଗୋଟେ ସମୟରେ ଏଠାରେ ପାରଦ ମାଇନସ ୫୦ଡ଼ିଗ୍ରୀ ତଳକୁ ଖସି ଯାଇଥାଏ । ଅତ୍ୟଧିକ ଥଣ୍ଡା ଯୋଗୁଁ ବେଳେ ବେଳେ ବରଫ ଝଡ଼ ସୃଷ୍ଟି ହୋଇଥାଏ । ଯାହା ଫଳରେ ଅସୁବିଧା ବଢିଯାଇଥାଏ ।
ଅତ୍ୟଧିକ ଥଣ୍ଡା ସମୟରେ କିଛି ଦିନ ପାଇଁ ସ୍କୁଲ,କଲେଜ ବନ୍ଦ ରହିଥାଏ । ଏଠାରେ ରାସ୍ତା ଠାରୁ ଆରମ୍ଭ କରି ଗଛ ସବୁଆଡ଼େ ବରଫର ଚଦର ଘୋଡ଼େଇ ହୋଇଯାଇଥାଏ ।
ଏହି ସମୟରେ ସାଇବେରିଆର ଲିନା ନଦୀ ପୂରା ବରଫ ପାଲଟିଯାଇଥାଏ । ଯାହା ଫଳରେ ଲୋକ ମାନେ ଏହାକୁ ରାସ୍ତା ରୁପେ ବ୍ୟବହାର କରିଥାନ୍ତି । ଏହାସହ ବରଫ ଘଷିବା ଦ୍ୱାରା ଗାଡ଼ି ଚଳାଇବା ମୁସକିଲ ହୋଇଯାଇଥାଏ ।
ତେବେ ସାଇବେରିଆରେ ଥଣ୍ଡାର ଅନୁଭବ କରିବା ପାଇଁ ପ୍ରତିବର୍ଷ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । କିନ୍ତୁ ସ୍ଥାନୀୟ ଲୋକଙ୍କ ପାଇଁ ଏହା କୌଣସି ରୋମାଞ୍ଚକର ନୁହେଁ, ଏହା ତାଙ୍କ ପାଇଁ ସବୁଦିନ ଭଳି ଲାଗିଥାଏ ।
previous post
next post