ଓଡିଶା

ଦକ୍ଷିଣାଞ୍ଚଳ କମାଣ୍ଡର ସିପି ମହାନ୍ତି

(ଆଦର୍ଶ ରାଉତ)ଭୁବନେଶ୍ୱର: ଭାରତ ସରକାରଙ୍କ ଅନେକ ମହତ୍ଵପୂର୍ଣ୍ଣ ପଦରେ ଓଡ଼ିଆ ଅଫିସର ନିଯୁକ୍ତି ପାଇଛନ୍ତି। ସେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ହେଉ କି ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ହେଉ। ଏହି କ୍ରମରେ ଭାରତୀୟ ସେନାରେ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଲେପ୍ଟନାଣ୍ଟ ଜେନେରାଲ ସିପି ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି। ସେ ଲେପ୍ଟନାଣ୍ଟ ଜେନେରାଲ ଏସ.କେ.ସାଇନିଙ୍କ ସ୍ଥାନ ନେବେ । ଲେପ୍ଟନାଣ୍ଟ ଜେନେରାଲ ସାଇନି ଆସନ୍ତା ୨୫ ତାରିଖରେ ଭାରତୀୟ ସେନାରେ ନୂଆ ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

Related posts

ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

mahabharatanews

ବନ୍ଧା ହେଲା ବ୍ରାଉନସୁଗାର ବେପାରୀ

mahabharatanews

ବକ୍ରପାଦ ଅସ୍ତ୍ରୋପଚାର ପାଇଁ ମାଲକାନାଗିରିରେ କ୍ୟାମ୍ପ

mahabharatanews