ଓଡିଶା

୧ରୁ ଖଣ୍ଡଗିରି ମେଳା,୫ରୁ ଯାତ୍ରା

(ଭୁବନେଶ୍ୱର): ମାଘ ସପ୍ତମୀରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା। ସାଧୁସନ୍ଥଙ୍କ ସମାଗମ ସହ ବସିବ ଅସ୍ଥାୟୀ ବଜାର। ତେବେ ମେଳାର ମଧ୍ୟକ୍ରମରୁ ଆକର୍ଷଣ ସାଜିବ ଖଣ୍ଡଗିରି ଯାତ୍ରା ସମର। ଫେବ୍ରୁଆରି ୧ରୁ ସାଧୁସନ୍ଥଙ୍କ ସମାଗମ ହେବାକୁ ଥିବା ବେଳେ ୫ରୁ ଆରମ୍ଭ ହେବ ଯାତ୍ରା। ଏଥର ଖଣ୍ଡଗିରି ଯାତ୍ରା ମଇଦାନକୁ ୧୨ଟି ଯାତ୍ରା ଦଳ ଓହ୍ଲାଉଥିବା ବେଳେ ୬ଟି ସ୍ଥାନରେ ଯାତ୍ରା ମଂଚସ୍ଥ ହେବ। ମାତ୍ର ଚଳିତ ବର୍ଷ ବରମୁଣ୍ଡା ବାରଭୂଜା କମିଟି ପକ୍ଷରୁ ଯାତ୍ରା ଦେଖିବାର ସୁଯୋଗ ମିଳିବ ନାହିଁ। ତେବେ ଏହି କମିଟି ପକ୍ଷରୁ ଆସୁଥିବା କୋଣାର୍କ ଓ ଶିବାନୀ ଗଣନାଟ୍ୟକୁ ଏଥର ଅନ୍ୟ ଯାତ୍ରା ପେଣ୍ଡାଲ୍ରେ ଦେଖିବାର ସୁଯୋଗ ମିଳିବ। ଖଣ୍ଡଗିରି ମହତାବ ଯାତ୍ରା ପେଣ୍ଡାଲ୍ ଓ ସନାତନ ସେବା ସମିତି ପଡ଼ିଆରେ ୩ଟି ପର୍ୟ୍ୟାୟରେ ଯାତ୍ରା ମଂଚସ୍ଥ ହେବ। ସେହିପରି ଇନ୍ଦିରା ସାଂସ୍କୃତିକ ସଂଘ ପକ୍ଷରୁ କଳିଙ୍ଗ ପେଣ୍ଡାଲ୍ ପଡ଼ିଆ ଏବଂ ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା ଫୁଟବଲ୍ ପଡ଼ିଆରେ ୨ଟି ପର୍ୟ୍ୟାୟରେ ନାଟକ ମଂଚସ୍ଥ ହେବ। ଖଣ୍ଡଗିରି ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା ମେଳଣ ପଡ଼ିଆ ଏବଂ ଜୟଦୁର୍ଗା ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା ଫୁଟବଲ ପଡ଼ିଆରେ ଗୋଟିଏ ଲେଖାଏ ଯାତ୍ରା ଦଳ ଯାତ୍ରା ଭେଟିଦେବେ। ଖଣ୍ଡଗିରି ଯାତ୍ରା ପରିଷଦର ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟଙ୍କ ସୂଚନା ମୁତାବକ ଏଥର ୧୧ ଦିନ ଯାତ୍ରା ପରିବେଷଣ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି।

Related posts

ବସ ଓଲଟି ୫ ଗୁରୁତର ଆହତ

mahabharatanews

ନନ୍ଦନକାନନରେ ଜନ୍ମ ନେଲା ଦୁଇମୁଣ୍ଡିଆ ବିରଳ କଇଁଛ

mahabharatanews

୧୦ରେ ରାଜ୍ୟବ୍ୟାପି ବସ୍‌ ଧର୍ମଘଟ

mahabharatanews