ଓଡିଶା

ଦଳିତ ପରିବାରକୁ ନଳକୂପ ପାଣିନେବା ମନା

ନିଶ୍ଚିନ୍ତକୋଇଲି: ସରକାର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବାକୁ ଜଳ ପ୍ରକଳ୍ପର ପ୍ରଣୟନ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଆଜି ମଧ୍ୟ ଏପରି କିଛି ଗ୍ରାମ ରହିଛି, ଯେଉଁଠି ପାଇଁ ଯୋଗେ ଜଳ ଯୋଗାଣ ବା ଟ୍ୟୁବେଲ ଯୋଗେ ଜଳ ଯୋଗାଣ ସମ୍ଭବ ହୋଇ ନାହିଁ । ଗୋଟିଏ ଲେଖା ଗାଁର ବାସିନ୍ଦାଙ୍କୁ ଗୋଟିଏ କୂଅ ବା ନଳ କୂଅ ଉପରେ ନିର୍ଭର କରି ଚଳିବାକୁ ହୋଇଥାଏ । ଏପରି କ୍ଷେତ୍ରରେ ଯଦି ରାଜନୈତିକ ଆକ୍ରୋଶ ପାଇଁ ଜଳ ନେବାକୁ ବାରଣ କରାଯାଏ, ତେବେ ଏହା ପ୍ରଶାସନର ଅପାରଗତାକୁ ଦ୍ୱିଗୁଣିତ କରିବ ନିଶ୍ଚିତ । ଏପରି ଜଳ ସମସ୍ୟା ଦେଇ ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ଗ୍ରାମ ପଞ୍ଚାୟତ ତେନ୍ତଲପୁର ଗ୍ରାମରେ କେତେକ ଦଳିତ ପରିବାର ଭୋଗ କରୁଛନ୍ତି ।

ତେନ୍ତଲପୁର ଗ୍ରାମର ଦଳିତ ପରିବାର ଗ୍ରାମରେ ଥିବା ସରକାରୀ ନଳକୂପ ଉପରେ ପାନୀୟ ଜଳ ପାଇଁ ନିର୍ଭର କରିଥାନ୍ତି । ସ୍ଥାନୀୟ ଶାସକ ଦଳର କେତେକ ପ୍ରଭାବଶାଳୀ ବ୍ୟକ୍ତି ଏହି ନଳକୂପକୁ ବାଡ଼ବୁଜି ବନ୍ଦ କରିଦେଇଥିବାର ଅଭିଯୋଗ ହୋଇଛି । ଫଳରେ ଦଳିତ ପରିବାର ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଥିବାର ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସୁଲୋଚନା ମଳିକ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତରଫରୁ ଏହି ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଦଳିତ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।

Related posts

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା

mahabharatanews

ଅଗ୍ନିକାଣ୍ଡରେ ଜଳିଗଲା ବସ

mahabharatanews

ରୂପା ମିଶ୍ର ଯିବେ କେନ୍ଦ୍ରୀୟ ଡେପୁଟେସନ

mahabharatanews

Leave a Comment