ଓଡିଶା

ମଶାଣିରୁ ନବଜାତ କନ୍ୟା ଉଦ୍ଧାର

(ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁର ମଶାଣିରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଗୁରୁବାର ସକାଳେ ଏହି ଗାଁର ଜଣେ ମହିଳା ଶୌଚ ପାଇଁ ମଶାଣି ନିକଟକୁ ଯାଇଥିଲେ । ସେଠାରେ ଶିଶୁଟିର କାନ୍ଦ ଶୁଣିଥିଲେ । ପରେ ମଶାଣିରେ ପଡିଥିବା ଏକ ବ୍ୟାଗରୁ ନବଜାତକୁ ଉଦ୍ଧାର କରିଥିଲେ । ଶିଶୁଟି ଦେହରେ ପିମ୍ପୁଡି ଲାଗି ଯାଇଥିବା ଦେଖିବାକୁ ପାଇଥିଲେ । ପରେ ମହିଳା ଜଣକ ଶିଶୁକନ୍ୟାକୁ ତାଙ୍କ ଘରକୁ ନେଇ ଯାଇଥିଲେ । ଗ୍ରାମବାସୀ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିଥିଲେ । ଅଧିକାରୀ ଜଣକ ଏନେଇ ନାଲକୋ ଥାନାରେ ଏତଲା ଦେଇଥିବା ଜଣାପଡିଛି । ଶିଶୁଟିକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି । ବୁଧବାର ଭୋରରୁ କେହି ଶିଶୁଟିକୁ ଏଭଳି ଅବସ୍ଥାରେ ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି । ତେବେ ନବଜାତଟିକୁ କେଉଁ ପରିସ୍ଥିତିରେ କିଏ ଶ୍ମଶାନରେ ଛାଡି ଚାଲିଯାଇଛି ତାହାର ତଦନ୍ତ ହେବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ।

Related posts

କଂଗ୍ରେସ ତରଫରୁ ସମ୍ବାଦିକ ସମ୍ମୀଳନୀ

mahabharatanews

ମାଓବାଦୀଙ୍କ ତାଣ୍ଡବ : ଜାଳିଦେଲେ ୧୪ଗାଡ଼ି    

mahabharatanews

ଫ୍ଲାଇଟ କ୍ୟାନସଲ ପାଇଁ ପହଞ୍ଚି ପାରିଲେନି, ରିସେସ୍ପନ କରାଇଲା ଇଣ୍ଡିଗୋ

mahabharatanews