ଓଡିଶା

ଭୋଜି ଖାଇବା ପାଇଁ ମାରପିଟ୍

(ମହାଭାରତ, ବ୍ରହ୍ମଗିରି): ପୁରୀ ଜିଲ୍ଲା ବ୍ରହ୍ମଗିରିର କଲେଜ ଛକ ନିକଟରେ ଥିବା କଲ୍ୟାଣ ମଣ୍ଡପରେ ଭୋଜି ଖାଇବାକୁ ନେଇ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନୁଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଶରୀରରେ ଗଭୀର ଆଘାତ ଲାଗିଛି । ସୂଚନା ଅନୁଯାୟୀ, ଭାଟପଡା ଗାଁର ଜଣେ ବ୍ୟକ୍ତି କିଛି ବର୍ଷ ଧରି କୃଷ୍ଣପ୍ରସାଦ ବ୍ଲକ ରାୟପୁର ଗାଁରେ ରହି ଆସୁଛନ୍ତି । ବୁଧବାର ତାଙ୍କର ପୁଅର ବାହାଘର ଭୋଜି ଥିଲା । ଏଥିରେ ଉଭୟ ଭାଟପଡା ଓ ରାୟପୁର ଗାଁ ଲୋକେ ଯୋଗ ଦେଇଥିଲେ । ତେବେ ଭାଟପଡା ଗାଁ ଲୋକେ ପ୍ରଥମେ ଭୋଜି ଖାଇବାକୁ ବସି ପଡିଥିଲେ । ଏହାକୁ ନେଇ ଭାଟପଡା ଓ ରାୟପୁର ଗାଁର ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୬ ଜଣ ଆହତ ହୋଇଛନ୍ତି । ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନେ ଚିକିତ୍ସାଧିନ ଅଛନ୍ତି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛି ।

Related posts

ଛାତ୍ରୀଙ୍କ ସ୍ୱପ୍ନକୁ ଉଡାଣ ଦେବାକୁ ଫାଇବ-ଟି ସଚିବଙ୍କ ପ୍ରଶଂସନୀୟ ଉଦ୍ୟମ

mahabharatanews

ଏଥର ରେଡ୍ ପିଚରେ ଖେଳାଯିବା ମ୍ୟାଚ୍

mahabharatanews

 ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ 

mahabharatanews