ଓଡିଶା

ଦିଲ୍ଲୀରେ ମଦ ଉପରେର ୭୦% କରୋନା ଟିକସ ଲାଗୁ

ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲିଠାରୁ ୩ୟ ଲକଡାଉନ ସତ୍ତେ୍ୱ ଅନେକ କୋହଳ କରାଯାଇଛି । ସେଠାରେ ମଦ ଦୋକନ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ତେବେ ଭିଡ କମ କରିବା ଲକ୍ଷ୍ୟରେ ଦିଲ୍ଲୀ ସରକାର ମଦ ଉପରେ ସ୍ବତନ୍ତ୍ର ‘କରୋନା ଟିକସ’ ଲାଗୁ କରିଛନ୍ତି । ସରକାର ୭୦% ଟିକସ ବସାଇଛନ୍ତି। ମଙ୍ଗଳବାର ସକାଳୁ ଏହି ବର୍ଦ୍ଧିତ ଟିକସ ଲାଗୁ ହୋଇଛି। କିନ୍ତୁ ଦିଲ୍ଲୀବାସୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ମଦ ଦୋକାନ ଖୋଲିବା ପୂର୍ବରୁ କାଉଣ୍ଟର ସାମ୍ନାରେ ଗ୍ରାହକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। ଭୋର ସାଢ଼େ ୫ଟାରୁ ଲୋକେ ମଦ ପାଇଁ ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି। ପ୍ରଥମ ଦିନରେ ଲୋକଙ୍କ ପ୍ରବଳ ଭିଡକୁ ଦେଖି ଭିଡ ନିୟନ୍ତ୍ରଣ ତଥା ରାଜସ୍ୱ ବୃଦ୍ଧି କରିବାକୁ କରୋନା ଟିକସ ୭୦% ଲାଗୁ କରିଛନ୍ତି । ୭୦% ବୃଦ୍ଧି ସତ୍ତେ୍ୱ ମଧ୍ୟ ମଦ ଦୋକାନ ସମ୍ମୁଖରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ସୋମବାର ସ୍ଥିତି ଏପରି ହୋଇଥିଲା କି ପୁଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା।

Related posts

କୋଭିଡ-୧୯ ନିୟମରେ ଜିଲ୍ଲାରେ ମ୍ୟାଟ୍ରିକ ମୂଲ୍ୟାୟନ ଆରମ୍ଭ

mahabharatanews

ଏଣିକି ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରା

mahabharatanews

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି: ୯୨୦ କରୋନା ସଂକ୍ରମିତ ଚିହ୍ନଟ

mahabharatanews