ଖେଳ

ଦୁଇ ଦିବସୀୟ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ୍

ହେମ୍ବ୍ରମ ଫୁଟବଲ କ୍ଲବ ବଡ ବାଇକଳା ଫୁଟବଲ ଟିମକୁ ହରାଇ ଚମ୍ପିୟାନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଷ୍ଟାଡିୟମରେ ୨୦୨୨/୨୩ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ ୨୦୨୨/୨୩ ଦୁଇ ଦିବସୀୟ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୮/୨୯ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଧାରଣ ଯୁବଵର୍ଗରେ ୧୬ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ବିଜାତଳା ବ୍ଲକର ହେମ୍ବ୍ରମ ଫୁଟବଲ କ୍ଲବ ଟାଇ ବ୍ରେକରରେ ରାଇରଙ୍ଗପୁର ବ୍ଳକର ବଡବାଇକଳା ଟିମକୁ ହରାଇ ଚମ୍ପିୟାନ ହୋଇଛି। ସେହିଭଳି ୪୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଗୋରୁମହିଷାଣୀ ଟିମ୍ ଯାମସେଦପୁରର ଟେଲକୋ ଟିମକୁ ଟାଇବ୍ରେକରରେ ହରାଇ ଚମ୍ପିୟାନ ହୋଇଛନ୍ତି। ଏଥିରେ ଓଡ଼ିଶା ଫୁଟବଲ ଆଶୋସିଏସନ ସ୍ଵିକୃତି ପ୍ରାପ୍ତ ୪ ଜଣ ରେଫେରୀ ଖେଳ ପରିଚାଳନା କରିଥିଲେ। ଖ୍ୟାତନାମା ଉଦଘୋଷକ ମନମୋହନ ପ୍ରମାଣିକ ଖେଳ ଧାରା ବିବରଣୀ ପାଠ କରିଥିଲେ ।ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସମ୍ମାନିତ ଅତିଥି ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଅନ୍ୟତମ ଅତିଥି ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଖେଳାଳି ମାନଙ୍କର ଉତ୍ତୋରତର କାମନା କରିଥିଲେ। କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ହେଲା ଖେଳ ହୋଇ ପାରି ନଥିଲା।

ଚଳିତ ବର୍ଷ କରୋନା କୋହଳ ନୀତି ଯୋଗୁଁ ପଡିଆରେ ୫୦୦୦ରୁ ଉର୍ଦ୍ଧ୍ବ ଦର୍ଶକ ଖେଳର ମଜା ନେବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥି ଗଣ ଯୁବ ବର୍ଗର ଚମ୍ପିୟାନ ଦଳକୁ ଦଶ ହଜାର ଟଙ୍କା ଏବଂ ରନର୍ସ ଅଟକୁ ୫୦୦୦ ଟଙ୍କା ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ। ସେହିଭଳି ବୟସ୍କ ଚମ୍ପିୟାନ ଦଳକୁ ୮୦୦୦ ଟଙ୍କା ଏବଂ ରନର୍ସ ଅପ୍ ଦଳକୁ ୩୦୦୦ ଟଙ୍କା ଅର୍ଥ ରାଶି ଦେଇ ପୁରସ୍କୃତ କରିଥିଲେ ।ଶେଷରେ କ୍ରୀଡା ଜଗତର ଆଜୀବନ ସାଧନା ପାଇଁ ଅତିଥିଗଣ ବସନ୍ତ ପଟନାୟକ, ଉଦୟନାଥ ମୁର୍ମୁ, ମଙ୍ଗଲ ମାଝୀ, ଚିତ୍ତରଞ୍ଜନ, ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଖେଳକୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ, ବ୍ୟାଙ୍କ ମେନେଜର ଅଁଇଠୁ ମାଝୀ,ଫୁଟବଲ କ୍ରୀଡା ସଂଗଠକ କିଶୋର ମହାନ୍ତ (ବୁଲୁ), ଶିକ୍ଷାବିତ ଦିଲିପ ମହାନ୍ତି,ଲମ୍ବୋଦର ସୋରେନ,ଅଜିତ ବାସ୍କେ ,ଦିଲିପ ମାଝୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଖେଳ ଶାନ୍ତି ଶୃଙ୍ଖଳାର ସଂପନ୍ନ ସୋଇଥିବାରୁ ଖେଳାଳି ଏବଂ ଦର୍ଶକଙ୍କୁ କମିଟି ତରଫରୁ ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ ଧନ୍ୟବାଦ ଜଣାଇଥିଲେ।

Related posts

ମିନି ନିଲାମ ପାଇଁ ଅଣ୍ଟା ଭିଡିଲେଣି ସବୁ ଫ୍ରାଞ୍ଚାଇଜ୍

mahabharatanews

ଜିମ୍ବାୱେକୁ ୫ ୱିକେଟରେ ହରାଇଲା ଭାରତ

mahabharatanews

ଭାରତର ରୂପା ଝିଅ ସାଇଲି

mahabharatanews