ନୂଆଦିଲ୍ଲୀ: ତାମିଲନାଡୁରେ ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକାପ୍ଟର ଏମ ଆଇ ୧୭ଭି୫ର ବ୍ଲାକ ବକ୍ସ ଉଦ୍ଧାର ହୋଇଛି । ଦୁର୍ଘଟଣାସ୍ଥଳରୁ ବ୍ଲାକ ବକ୍ସର କକ୍ପିଟ ଭଏସ ରେକର୍ଡର ଓ ଫ୍ଲାଇଟ ଡାଟା ରେକର୍ଡ ମିଳିଛି । ଏଥିସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ମଧ୍ୟ ହସ୍ତଗତ ହୋଇଛି । ଘଟଣାସ୍ଥଳରୁ ବାୟୁସେନା ଅଧିକାରୀ ଏସବୁ ଉଦ୍ଧାର କରିଛନ୍ତି । ଏଥିରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ।
ଗୁରୁବାର ସକାଳୁ ଦୁର୍ଘଟଣା ହୋଇଥିବା ସ୍ଥାନରେ ଏୟାର ଚିଫ ମାର୍ଶାଲ ଭିଆର ଚୌଧୁରୀ ଓ ମିଲନାଡୁର ଡିଜିପି ପହଞ୍ଚି ଅନୁଧ୍ୟାନ କରିଛନ୍ତି। ସେଠାରେ ତାମିଲନାଡୁ ଫୋରେନ୍ସିକ ସାଇନ୍ସ ଡିପାର୍ଟମେଣ୍ଟର ଏକ ଟିମ୍ ମଧ୍ୟ ପହଞ୍ଚିଥିଲା। ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ସୌଭାଗ୍ୟକୁ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂ ବର୍ତ୍ତି ଯାଇଛନ୍ତି ।
previous post
