ଓଡିଶା

ଦେଶଫାଲ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

(ମହାଭାରତ, ସୋନପୁର): ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଠାରେ ମାର୍ଚ୍ଚ ୮ ତାରିଖରୁ ଦେଶଫାଲ ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈ÷ଠକରେ କମିଟିର ଆବାହକ ତଥା ସଂଯାଜକ ବେଣୀମାଧବ ବେଦବାକ ଓ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ । ମହୋତ୍ସବକୁ କିଭଳି ସରସ ସୁନ୍ଦର କରାଯିବ ସେନେଇ ଆୟୋଜକ କମିଟିି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ୮ ଓ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାଯାଇଛି । ସ୍ଥାନୀୟ କଳାକାରମାନଙ୍କୁ ମହୋତ୍ସବରେ ପ୍ରଦର୍ଶନ କରିବାର ସୁଯୋଗ ଦେବାକୁ କମିଟି ସ୍ଥିର କରିଛି । ତେବେ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ଓଡ଼ିଶା ତଥା ରାଜ୍ୟ ବାହାରର ଅନେକ ସାଂସ୍କୃତିକ ଦଳ ଭାଗନେବାର କାର୍ଯ୍ୟକ୍ରମ ରହିଛି ।

Related posts

ମେଗା ଜଳ ପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କର ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

ପାରଳାଖମୁଣ୍ଡି ଏସବିଆଇ ମ୍ୟାନେଜର ସଂକ୍ରମିତ: ବ୍ୟାଙ୍କରେ ପଡିଳା ତାଲା

mahabharatanews

ଜିଲ୍ଲା ସ୍ତରୀୟ ପ୍ରେସ୍-ଡେ ପାଳନ

mahabharatanews