Uncategorized

ଦେଶରେ ଗତ ୨୪ଘଣ୍ଟାରେ ୭୦୫ ଜଣଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ/ଶିଳାସ୍ମିତା ରାୟ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ୪୯,୯୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୦୫ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସମଗ୍ର ଦେଶରେ ୧୪,୩୫,୪୫୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯,୧୭,୫୬୭ ଜଣ ସୁସ୍ଥ ହୋଇଛନ୍ତି ଓ ୩୨,୭୭୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୪୮,୬୬୧ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫,୧୧୪ ରହିଛି।
ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୧୩୬୫୬ଜଣ ଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୦୪୧ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୭୯ଜଣ, ବିହାରରେ ୨୪୪ଜଣ, ଚଣ୍ଡିଗଡ଼ରେ ୧୩ ଜଣ, ଛତିଶଗଡ଼ରେ ୪୩ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୮୨୭ଜଣ, ଗୋଆରେ ୩୫ଜଣ, ଗୁଜରାଟରେ ୨୩୨୬ଜଣ, ହରିୟାଣାରେ ୩୯୨ଜଣ, ହିମାଚଳ ପ୍ରଦେଶରେ ୧୨ଜଣ, ଜମ୍ମୁ ଓ କଶ୍ମୀରରେ ୩୧୨ଜଣ, ଝାଡ଼ଖଣ୍ଡରେ ୮୫ଜଣ, କର୍ଣ୍ଣାଟକରେ ୧୮୭୮ଜଣ, କେରଳରେ ୬୧ଜଣ, ଲଦାଖରେ ୪ଜଣ, ମଧ୍ୟପ୍ରଦେଶରେ ୮୧୧ଜଣ, ନାଗାଲାଣ୍ଡ ୪, ମେଘାଳୟରେ ୫ ଜଣ, ଓଡ଼ିଶାରେ ୧୪୦ଜଣ, ପୁଦ୍ଦୁଚେରୀରେ ୪୦ଜଣ, ପଞ୍ଜାବରେ ୩୦୬ଜଣ, ରାଜସ୍ଥାନରେ ୬୨୧ଜଣ, ତାମିଲନାଡୁରେ ୩୪୯୪ଜଣ, ତେଲେଙ୍ଗାନାରେ ୪୬୩ଜଣ, ତ୍ରିପୁରାରେ ୧୩ ଜଣ, ଉତ୍ତରାଖଣ୍ଡରେ ୬୩ଜଣ, ଉତ୍ତରପ୍ରଦେଶରେ ୧୪୨୬ଜଣ ଏବଂ ପଶ୍ଚମବଙ୍ଗରେ ୧୩୭୨ଜଣ ରହିଛନ୍ତି ।

Related posts

ଛତିଶଗଡ ତ୍ରିପଲ୍ ମର୍ଡର ମାମଲା ଅଭିଯୁକ୍ତଙ୍କ ସଜା ବଦଳାଇଲେ ସୁପ୍ରିମକୋର୍ଟ

mahabharatanews

କରୋନା ଟୀକା ତଥ୍ୟ ଚୋରାଉଛି ଚୀନ: ଆମେରିକା

mahabharatanews

ଚର୍ମ ରୋଗରୁ ମୁକ୍ତି ପାଇଁ ଆୟୁର୍ବେଦିକ ଉପଚାର

mahabharatanews