ଓଡିଶା

ଆଜି ମଧ୍ୟ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ: କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୦୨, ସ୍ଥାନୀୟ ସଂକ୍ରମିତ ୫୦୧

ଭୁବନେଶ୍ୱର/ଶିଳାସ୍ମିତା ରାୟ: ଆଜି ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ୧୫୦୩ ହୋଇଥିବାବେଳେ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୦୨ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୫୦୧ ରହିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୨୬୮୯୨ ଥିବା ବେଳେ ୧୬୭୯୨ ସୁସ୍ଥ ହୋଇଛନ୍ତି ଓ ୯୯୧୯ ସକ୍ରିୟ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪୯୧ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୨୩ ଓ କଟକରୁ ୧୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧, ବାଲେଶ୍ୱରରୁ ୧୯, ବରଗଡରୁ ୨୩, ଭଦ୍ରକରୁ ୨୫, ବଲାଙ୍ଗିରରୁ ୨୧, ବୌଦ୍ଧରୁ ୧, ଢେଙ୍କାନାଳରୁ ୩୨, ଗଜପତିରୁ ୭୩, ଜଗତସିଂହପୁରରୁ ୬, ଯାଜପୁରରୁ ୬, ଯାଜପୁରରୁ ୫୧, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୧୦, କନ୍ଧୁମାଳରୁ ୭୩, କେନ୍ଦ୍ରାପଡାରୁ ୯, କେଉଁଝରରୁ ୪୩, କୋରାପୁଟରୁ ୩୪, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୨୮, ନବରଙ୍ଗପୁରରୁ ୨, ନୟାଗଡରୁ୮, ପୁରୀରୁ ୪, ରାୟଗଡାରୁ ୬୮, ସମ୍ବଲପୁରରୁ ୧୭, ସୋନପୁରରୁ ୪, ସୁନ୍ଦରଗଡରୁ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Related posts

ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍

mahabharatanews

ରାଜ୍ୟ ବଜେଟ୍: ଧାର୍ଯ୍ୟ ଏମଏସପି ଠାରୁ ମିଳିବ ୮ଶହ ଟଙ୍କା ଅଧିକ

mahabharatanews

ଆଇସୋଲେସନକୁ ତଦାରଖ କରିବେ ବିଡିଓ ଓ ତହସିଲଦାର

mahabharatanews