Uncategorized

ଦେଶରେ ୯୦% ଲୋକ ସମ୍ବେଦନଶୀଳ ସ୍ଥିତିରେ: ଆଇସିଏମଆର

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ଲୋକ ସଂକ୍ରମିତ ହୋଇ ସାରିଛନ୍ତି ଓ ୯୬ ହଜାର ପ୍ରାଣ ଯାଇଛି। ତଥାପି ଦେଶରେ ଏବେ ମଧ୍ୟ ବହୁ ଲୋକଙ୍କ ପ୍ରତି ବିପଦ ରହିଛି। ସେରୋଲଜିକାଲ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ଆଜି ଏ ସମ୍ପର୍କରେ ଆଇସିଏମଆର ସର୍ଭେ ଡିଜି ବଳରାମ ଭାର୍ଗବ ସୂଚନା ଦେଇଛନ୍ତି, ୨ୟ ସେରୋ ସର୍ଭେ ରିପୋର୍ଟ ଅନୁସାରେ ଏବେ ବି ବହୁଲୋକଙ୍କ ପ୍ରତି କରୋନା ବିପଦ ରହିଛି। ଆଗକୁ ଭାଇରସ ସେମାନଙ୍କୁ କବଳିତ କରିବାର ଆଶଙ୍କା ରହିଛି। ଦେଶର ବହୁତ କମ ଲୋକଙ୍କ ପାଖରେ ଆଣ୍ଟିବଡି ଡେଭଲପ ହୋଇଛି। ଦେଶର ୭% ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୯୦% ଲୋକ ଏବେ ବି ସମ୍ବେଦନଶୀଳ ସ୍ଥିତିରେ ରହିଛନ୍ତି। ଆଗକୁ ପାର୍ବଣ ଋତୁ ସହ ଶୀତ ଋତୁ ଆସୁଛି। ଥଣ୍ଡା ଜଳବାୟୁ ଏହି ଭାଇରସ ସଂକ୍ରମଣକୁ ଅଧିକ ଗତି ଦେବ । ତେଣୁ ଆମକୁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡ଼ିବ। ମାସ୍କ ଓ ସମାଜିକ ଦୂରତାକୁ ଦୃଢତାର ସହ ପ୍ରତିପାଳନ କରିବାକୁ ହେବ ।
ଅଗଷ୍ଟ ସୁଦ୍ଧା ପ୍ରତି ୧୫ ଜଣରୁ ୧୦ ବର୍ଷରୁ ଅଧିକ ବୟସ୍କ କରୋନାରେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଉଥିଲା। ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୨୨ ମଧ୍ୟରେ ୨୯,୦୮୨ ଲୋକଙ୍କୁ ନେଇ ସର୍ଭେ କରାଯାଇଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏବେ ବି ଅଧିକାଂଶ ଲୋକଙ୍କ ଦେହରେ ଆଣ୍ଟିବଡି ଡେଭଲପ ହୋଇ ନଥିବାରୁ ଆମକୁ ୫ଟି ଶୈଳୀ ଯଥାକ୍ରମେ ଟେଷ୍ଟ, ଟ୍ରାକ, ଟ୍ରେସ, ଟ୍ରିଟ ଓ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେବାକୁ ପଡ଼ିବ। ନଚେତ ସ୍ଥିତି ଆହୁରି ଅଧିକ ସଂଗୀନ ହେବ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି।

Related posts

କୁକୁରକୁ ଡେଇଁଲା କୋରୋନା

mahabharatanews

ହୋଟେଲ ଅଗ୍ନିକାଣ୍ଡକୁ ନେଇ ଏଫଆଇଆର ରୁଜୁ

mahabharatanews

ଅନର୍ଗଳ ଇଂଲିଶ କହି ଚର୍ଚ୍ଚାରେ ହରିୟାଣାର ବୃଦ୍ଧ

mahabharatanews