ଓଡିଶା

ଦୋ ଛକିରେ ନାଲି ଇଟା ବ୍ୟବସାୟୀ

ଜଳେଶ୍ୱର: ନାଲି ଇଟା ପାଇଁ ଉତ୍ତର ବାଲେଶ୍ୱରର ବସ୍ତା,ଭୋଗରାଇ,ବାଲିଅ ।ପାଳ, ଜଳେଶ୍ୱର ଅ ।ଦି ଅଞ୍ଚଳ ବେଶ ପରିଚିତ । ସୁବର୍ଣରେଖା ନଦୀର ପାଶ୍ୱର୍ବର୍ତୀ ଅଞ୍ଚଳରେ ଗଡି ଉଠିଛି ଅନେକ ନାଲି ଇଟା ଭାଟି । ଏହି ଇଟାଭାଟି ଚଳାଇବା ପାଇଁ ସରକାର ଓ ରାଜସ୍ୱ ବିଭାଗ ବର୍ଷ ଅ ।ରମ୍ଭରୁ ମୋଟା ଅଙ୍କର ରୟାଲଟି ଓ ପେନାଲଟି ନେଇଥାନ୍ତି । ତାସାଙ୍ଗକୁ ଏକ ବର୍ଷ ପୂର୍ବରୁ ବ୍ୟବସାୟୀଙ୍କୁ ଲକ୍ଷାଧିକ ଟଙ୍କା ବିନିଯୋଗ କରି ମାଟି,ବାଲି, କୋଇଲା, ଗଛିତ କରିବା ସହିତ ଶ୍ରମିକ ମାନଙ୍କୁ ଅଗ୍ରୀମ ପାଉଣା ଦେବାକୁ ପଡ଼ିଥାଏ । ମାତ୍ର ଚଳିତ ବର୍ଷ ସରକାର ଓ ପ୍ରଶାସନ ନାଲି ଇଟା ଉପରେ ରୋକ ଲଗାଇଛନ୍ତି । ନିର୍ଦ୍ଦିଷ୍ଟ ହାତ ଗଣତି କିଛି ଇଟାଭାଟିକୁ ସ୍ୱୀକୃତି ଦେଇଥିବା ବେଳେ ଅନ୍ୟ ଶତାଧିକ ଇଟାଭାଟିକୁ ସ୍ୱ୍ୱୀକୃତି ପାଇଁ ଅ ।ବେଦନ କରି ମଧ୍ୟ ସ୍ୱ୍ୱୀକୃତି ପାଇ ପାରୁ ନାହାନ୍ତି । ବର୍ଷ ବର୍ଷ ଧରି ବେପାରୀ ମାନେ ଚଦର, ଷ୍ଟୋଭ, ଚିମିନ. ମୋଭିଙ୍ଗ ଓ ଫିକ୍ସ ଭାଟି, ମାଧ୍ୟମରେ ମାଟି ଓ ବାଲିରୁ ନିର୍ମିତ କଞ୍ଚା ଇଟା, କାଠ ଓ କୋଇଲା ସାହାଯ୍ୟରେ ପୋଡ଼ି ନାଲି ଇଟା ପ୍ରସ୍ତୁତ କରିଥାନ୍ତି । ଯାହାର ବଜାରରେ ବେଶ ·ହିଦା ରହିଛି । ପ୍ରଶାସନ ଏସବୁ ଜାଣିଶୁଣି ଭାଟି ସମୁହକୁ ବନ୍ଦ କରିବାକୁ ଯୋଜନା କରୁଛି । ଅଗ୍ରିମ ଟଙ୍କା ଦେଇ ଲକ୍ଷାଧିକ ଟଙ୍କା ଖଟାଇ ମୁଣ୍ଡରେ ହାତଦେଇ ବସିଛନ୍ତି ବ୍ୟବସାୟୀ ।

ପ୍ରଶାସନ ପ୍ରତେକ ବର୍ଷ କଟକଣା ଜାରି କରି ମଧ୍ୟ, ମୋଟା ଅଙ୍କର ରୟାଲଟି ଓ ଫାଇନ ବାବଦରେ ଲକ୍ଷ ଲକ୍ଷ ଟଙ୍କା ନେଉଥିବା ଅଭିଯୋଗ ହେଉଛ । ତେବେ ନାଲି ଇଟା ଭାଟିକୁ ବେଅ ।ଇନ ଘୋଷଣା କରି ଫାଇନ ଅ ।ଦାୟ ପରେ କେମିତି ତାହା ଅ ।ଇନରେ ପରିଣତ ହେଉଥିଲା, ବୁଦ୍ଧିଜୀବୀ ମହଲରେ ଉଠୁଛି ଏକ ବଡ଼ ପ୍ରଶ୍ନ । ତା ସହିତ କିଛି ନ୍ୟସ୍ତ ସ୍ୱାର୍ଥପର ଅଫିସର ଓ ନେତାଙ୍କ କୁଟ ଚକ୍ରାନ୍ତର ଶିକାର ହୋଇ ଛଟପଟ ହେଉଛନ୍ତି ବହୁ ବ୍ୟବସାୟୀ ।

Related posts

ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ,୧୦ ଆହତ

mahabharatanews

ପୁରୀରେ ହେବ ୪୮ଟି ବିଦ୍ୟାଳୟ ଏବଂ ୩୫ଟି କଲେଜ

mahabharatanews

ରାଇବଣିଆ ଲୋକ ମହୋତ୍ସବ ଶୁଭାରମ୍ଭ

mahabharatanews

Leave a Comment