Uncategorized

ଘନ କୁହୁଡିରେ ଚାଲିଗଲା ୬ ଜୀବନ

ନୋଏଡ଼ା: ଚଳିତ ବର୍ଷ ବର୍ଷା ଦେଶରେ ତାଣ୍ଡବ ରଚିଥିଲା । ଏବେ ଥଣ୍ଡାର ପ୍ରକୋପରେ ଥରହର ହେଉଛନ୍ତି ଦେଶର ଅଧିକାଂଶ ସ୍ଥାନ । ଥଣ୍ଡା ସାଙ୍ଗକୁ କୁହୁଡ଼ି ଦେଶରେ ତାଣ୍ଡବ ଖେଳାଇ ଦେଇଛି । ଦେଶର ଉତ୍ତରପୂର୍ବାଞ୍ଚଳରେ ୫୦ରୁ ଊଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ପ୍ରବଳ ଥଣ୍ଡାରୁ ହୋଇସାରିଲାଣି । ରାଜଧାନୀ ଦିଲ୍ଲୀରେ ଥିବା ଗ୍ରେଟର ନୋଏଡାରେ ଶୀତ ଓ କୁହୁଡିରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଏକ କାରରେ ଗୋଟିଏ ପରିବାର ଯାତ୍ରା କରୁଥିବା ସମୟରେ ଅତ୍ୟଧିକ କୁହୁଡି କାରଣରୁ କାରଟି କେନାଲ ତଳକୁ ଖସି ପଡ଼ିଥିଲା । ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । କାରରେ ମୋଟ ୧୧ ଜଣ ଥିଲେ ।
ସୂଚନା ଅନୁଯାୟୀ, ମାରୁତି ସୁଜୁକିର ଏରଟିଗା କାରରେ ଗୋଟିଏ ପରିବାରର ୧୧ ଜଣ ନୋଏଡାର ସମ୍ଭଲରୁ ଦିଲ୍ଲୀ ଯାତ୍ରା କରୁଥିଲେ । ରାତି ସାଙ୍ଗକୁ ପ୍ରବଳ କୁହୁଡି କାରଣରୁ ରାସ୍ତା ଠିକ ଭାବେ ଦୃଶ୍ୟ ହେଉନଥିଲା । ଫଳରେ କାରଟି ରାସ୍ତା ଗଡରେ ଯାଇଥିବା କେନାଲକୁ ଖସି ପଡିଥିଲା । ଗତକାଲି ରାତି ୧୧ଟା ୩୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟଥିଲା । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଥିବା ସୂଚନା ରହିଛି ।

Related posts

ନିହତ ବିକାଶ ଦୁବେ ସହ ପୁଲିସର ସମ୍ପର୍କକୁ ନେଇ ତଦନ୍ତ ଆରମ୍ଭ କଲା ଏସଆଇଟି

mahabharatanews

ଫୁଲୁଛି ମହାନଦୀ, ହୀରାକୁଦ ଡ୍ୟାମର ଗେଟ୍ ଖୋଲିବା ପରେ ବଢୁଛି ଜଳସ୍ତର

mahabharatanews

ଆସାମର ବୁର୍ହି ଦିହିଙ୍ଗ ନଦୀରେ ନିଆଁ

mahabharatanews