ସୁବର୍ଣ୍ଣପୁର: ଟୋକନ ଦେଇ ଚାଷୀଙ୍କଠାରୁ ହଜାର ହଜାର ବସ୍ତା ଧାନ ଆଣି ମଣ୍ଡିରେ ମାସ ମାସ ଧରି ଶୀତ, କାକରରେ ପକାଇଥିବା ବେଳେ ଏବେ ହେଉଥିବା ବର୍ଷାରେ ସେହି ଧାନ ଭିଜୁଛି । ଏପରି ସ୍ଥିତିରେ ଧାନର ମାନ ଖରାପ ଥିବା ଦର୍ଶାଇ ମିଲର ବି ମୁହାଁ ମୋଡ଼ି ଦେଉଛନ୍ତ । ଫଳରେ ଅ ।ତ୍ମହତ୍ୟା କରିବା ଛଡ଼ା ଅ ।ଉ କିଛି ବାଟ ନାହିଁ ବୋଲି କହିଛନ୍ତି ସୋନପୁର ଜିଲ୍ଲାର ଚାଷୀ ।
ଅ।ଜି ସକାଳୁ ସୁବର୍ଣ୍ଣପୁର ଜିଲ୍ଲାରେ ଝିପି ଝିପି ବର୍ଷା ହୋଇଛି । ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଅନେକ ମଣ୍ଡିରେ ଧାନ ରଖିବାର ବ୍ୟବସ୍ଥା ନଥିବାରୁ ବର୍ଷାରେ ଭିଜିଛି ଧାନ । ଫଳରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ । ଚାଷୀଙ୍କ ଶହ ଶହ ବସ୍ତା ଧାନ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି । ଏବେ ଧାନ ଅମଳର ସମୟ ହୋଇଥିବାରୁ କାହାର କ୍ଷେତରେ ଥିବା ଧାନ ଭିଜିଛି ତ କାହାର ଖଳାରେ ।
ବୀରମହାରାଜପୁର ବ୍ଲକର ଉଫୁଲା, ହିଲୁଂଗ,କେଂଝିରିଅ ।ପାଲି,ବାଗବର ଭଳି ଅନେକ ମଣ୍ଡିରେ ଭିଜୁଛି ଧାନବସ୍ତା । ସେମାନଙ୍କ ମଧ୍ୟରୁ ଉଫୁଲା ପେକ୍ସର ଜଣେ ଚାଷୀ କହିଛନ୍ତି ପେକ୍ସରେ ପ୍ରାୟ ୫୦୦ ବସ୍ତା ଧାନ ରଖିଥିଲି । ହେଲେ ଅ ।ଜି ସକାଳୁ ହେଉଥିବା ଝିପିଝିପି ବର୍ଷା ହେତୁ ତଳ ବସ୍ତାଗୁଡ଼ିକ ପାଣିରେ ବୁଡ଼ି ଯାଇଛ । ଅ ।ଉ ଜଣେ ଚାଷୀକହିଛନ୍ତି, ଏଠାରେ ଧାନ ରଖିବାର ବ୍ୟବସ୍ଥା ନାହିଁ । ସରକାର କେବଳ ଚାଷୀ ମାରଣ ନୀତି ଜାଣିଛନ୍ତି । ଟୋକନ ଦେଇ ଧାନ ନେଇଥିଲେ ମଧ୍ୟ ଏହି ପେକ୍ସକୁ ଗାଡ଼ିର ସୁବିଧା କରାଯାଉ ନାହିଁ । ଯେଉଁ ଜାଗାରେ ଗୋଟିଏ ଦିନରେ ହଜାରେ ବସ୍ତା ଧାନ ଉଠିବା କଥା ଏଠାରେ ଗୋଟିଏ ଦିନରେ ୩୦୦ ବସ୍ତା ଉଠୁଛି ।
