ଓଡିଶା

ଧାନ ମଣ୍ଡି ଉଦ୍ଘାଟିତ

ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ହାଟ ବଜାର ସ୍ଥିତ ଡେଲ।।ଙ୍ଗ କୋଠ ବାଡ ସମବାୟ ସମିତି ପରିସରରେ ସରକାରୀ ଧାନ ମଣ୍ଡି ଖୋଲିଛି । ପୁରୀ ସମବାୟସମିତି ବ୍ୟା ନିର୍ଦ୍ଦେଶକ ବୈରାଗୀ ଜେନା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ବ୍ଲକର ଅଧ୍ୟକ୍ଷ ପ୍ରସନ୍ନ ସାହୁ, ନଡିଆ ବାଡେଇ ଧାନ ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ । ସଠିକ ଚାଷୀମାନଙ୍କ ଠାରୁ ଧାନ କିଣିବା ସହ ମଣ୍ଡିରୁ ୨୪ ଘଣ୍ଟା ମଧ୍ୟରେ ଧାନ ଉଠିବା ସହ ଚାଷୀମାନଙ୍କ ଆକାଉଣ୍ଟକୁ ତୁରନ୍ତ ଅର୍ଥ ଯିବାର ବ୍ୟବସ୍ଥା କରିବା ପାଇଁ ଅତିଥିମାନେ ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥିଭାବେ ସୁଜନପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିପିନ ବିହାରୀ, ନରେନ୍ଦ୍ର, ସାଉରିଆ ଗ୍ରାମ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ, କୋଠବାଡର ପୂର୍ବତନ ସରପଞ୍ଚ ଲୋକନାଥ ବେହେରା ପ୍ରମୁଖ ଉପସ୍ତିତ ରହିଥିଲେ । ସୁପରଭାଇଜର ଶ୍ୟାମ ସୁନ୍ଦର ମୁଦୁଲି ଓ ପ୍ରଫୁଲ୍ଲ କୁମାର ସ୍ୱାଇଁ ଚାଷୀମାନଙ୍କୁ ଟୋକନ ପ୍ରଦାନ କରିବା ସହ ଧାନ ଉଠିବାର ସୁବନ୍ଦୋବସ୍ତ କରିଥିଲେ । ସେହିପରି ସୁଜନପୁର ଗ୍ରାମ ପଞ୍ଚାୟତର ପ୍ରଗତି ସମବାୟ ସମିତିରେ ମଧ୍ୟ ଧାନ ମଣ୍ଡି ଖୋଲିଥିବା ଜଣାପଡିଛିୀ । ପ୍ରଥମ ଦିନରେ ପ୍ରାୟ ୧୪ ଜଣ ଚାଷୀଙ୍କଠାରୁ ୪୫୬ କୁଇଣ୍ଟାଲ ଧାନ କିଣାଯାଇଥିବା କୋଠବାଡ ସମିତିର ସମ୍ପାଦକ ସୂଚନା ଦେଇଛନ୍ତି ।

Related posts

 ‘ବାତ୍ୟା ନେଇ ସୂଚନା ଦେଇ ନାହୁଁ’: IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର 

mahabharatanews

ସ୍କୁଲ ଖୋଲିବାରେ ଅସୁବିଧା ନାହିଁ: ଏସସିଆରଏସସି

mahabharatanews

ଜିଲ୍ଲାପାଳ କ୍ଷମତାର ଦୁରୁପଯୋଗ କଲେ ସରପଞ୍ଚ, ୫ ପରିବାର ବାସହରା

mahabharatanews