ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟରେ ରାଜନୈତିକ ଗତିବିଧି ବନ୍ଦ ଥିଲା । ନ୍ୟାସନାଲ କନଫ୍ରେନ୍ସ ଓ ପିପୁଲ ଡେମୋକ୍ରେଟିକ ପାର୍ଟି ସମେତ ଅନ୍ୟ ଦଳର ବଡ଼ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା । କିନ୍ତୁ ରାଜ୍ୟରେ ରାଜନୀତି ପୁଣି ଥରେ ଅ ।ରମ୍ଭ ହୋଇଯାଇଛି । ଫାରୁକ ଅବଦୁଲାଙ୍କ ନ୍ୟାସନାଲ କନଫେରେନ୍ସ ଓ ମେହବୁବା ମୁଫତିଙ୍କ ପିପୁଲ ଡେମୋକ୍ରେଟିକ ପାର୍ଟି ଧାରା ୩୭୦ ଓ ୩୫ଏକୁ ରଦ୍ଦ କରାଯିବା ପରେ ସୋମବାର ପ୍ରଥମ ଥର ପାଇଁ ଶ୍ରୀନଗରରେ ବୈଠକ କରିଛନ୍ତି ।
ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଉଭୟ ପାର୍ଟିର ବରିଷ୍ଠ ନେତାମାନେ ଦଳର ମଧ୍ୟମ ସ୍ତରର ନେତା ଓ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ମିଳିବା ପରେ ରାଜ୍ୟରେ ସାଧାରଣ ରାଜନୈତିକ ଗତିବିଧି ଅ ।ରମ୍ଭ ହୋଇଯାଇଛି । ସୂଚନା ଅନୁସାରେ ନ୍ୟାସନାଲ କନଫେରେନ୍ସର ସଭାପତି ଫାରୁକ ଅବଦୁଲାଙ୍କୁ ନିଜର ସହଯୋଗୀ, ପାର୍ଟି ଉପାଧ୍ୟକ୍ଷ ଓ ପୁଅ ଅବଦୁଲା ଏବଂ ଅନ୍ୟ ଲୋକଙ୍କ ସହିତ କଥା ହେବା ପାଇଁ ମୋବାଇଲ ଦିଅ ।ଯାଇଛି । ସେହିପରି ପିଡିପି ନେତା ଲ୍ୟାଣ୍ଡଲାଇନ ଫୋନର ବ୍ୟବସ୍ଥା କରିଥିବା ଜଣାପଡ଼ିଛି ।
ସୂଚନା ଯୋଗ୍ୟ, ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ ପରେ ଫାରୁକ ଅବ୍ଦୁଲା, ମେହବୁବା ମୁଫତି, ଓମାର ଅବଦୁଲା ପ୍ରମୁଖ ଆଗଧାଡିର ନେତାଙ୍କୁ ଗୃହବନ୍ଦୀ କରିଥିଲେ । ଗୃହବନ୍ଦୀ ରହିବାର ୪ ମାସ ପରେ ଏହି ନେତା ମାନେ ମୁକ୍ତ ହେବା ପରେ ବୈଠକ କରିଛନ୍ତି ।
previous post
