ଅପରାଧଓଡିଶା

ନଦୀପଠାରେ ଛାତ୍ରୀଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେ

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ସନ୍ଦେହ ଜନକ ଅବସ୍ଥାରେ କେ ନୂଆ ଗାଁ ଥାନା ପୁଲିସ ନଦୀପଠାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ଛାତ୍ରୀ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଦେଓଖାଳି ଗ୍ରାମରେ ଯୁକ୍ତ ୩ ଛାତ୍ରୀ ପ୍ରମୋଦିନୀ ନାୟକ ଓରଫ ଲତା । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଖବରନୁଯାୟୀ , ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଅନ୍ତର୍ଗତ ଦେଓଖାଳି ଗ୍ରାମର ଲଡୁ ନାୟକଙ୍କ ଝିଅ ପ୍ରମୋଦିନୀ ମାଆ ରମା ଙ୍କ ସହ ଚାଷ ଜମିରେ ରାଶି ଗଛ ରେ କୀଟନାଶକ ପକାଇବା ପାଇଁ ନିକଟସ୍ଥ ଚାଷ ଜମିକୁ ଯାଇଥିଲେ। କାମ ସରିବା ପରେ ଝିଅ ମାଆଙ୍କୁ ଜଣାଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ମାଆ ମଧ୍ୟ ନିଜ କାମ ସାରି ଘରକୁ ଯାଇଥିଲେ । ତେବେ ଝିଅ ଘରେ ପହଞ୍ଚି ନ ଥିବା ଦେଖି ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇ ନ ଥିଲେ। ଘଟଣାପରେ ସକାଳ ୧୦ ଟା ସମୟରେ ଗ୍ରାମର କେତେକ ବ୍ୟକ୍ତି ନଦୀକୁ ଗାଧୋଇବାକୁ ଯିବା ସମୟରେ ପ୍ରମୋଦିନୀଙ୍କ ମୃତଦେହ ନଦୀ ପଠା ରେ ପଡିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଘରକୁ ନେଇ ଆସିଥିଲେ। ଖବରପାଇ ପରେ ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ , ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ ପହଞ୍ଚି ମୃତଦେହ ଜବତ କରିବାସହ ଅପମୃତ୍ୟୁ ମାମଲା ରୁଜୁ କରି ଥାନା କେସ ନଂ ୨/୨୦ ଅନୁସାରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଥିଲେ।ବ୍ୟବଚ୍ଛେଦ ପରେ ଛାତ୍ରୀ ଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି। ତେବେ ଯୁବତୀଙ୍କ ନାକ , ମୁହଁ ଓ ଶରୀରର ବିଭିନ୍ନ ଭାଗରେ କ୍ଷତ ଚିହ୍ନ ଥିବାରୁ ଯୁବତୀ ଜଣକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ପର୍ଦ୍ଦାଫାଶ ହୋଇପାରିବ ବୋଲି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି ।

Related posts

ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଜେଲ୍ ଅଧୀକ୍ଷକଙ୍କ ବଦଳି

mahabharatanews

ବଜ୍ରପାତରେ ଭୁଷୁଡି ପଡିଲା ଘର

mahabharatanews

‘ମୋ ଅନୁଭୂତିର ଲଦାଖ’ପୁସ୍ତକ ଉନ୍ମୋଚନ

mahabharatanews