ଓଡିଶା

ନଦୀରେ ବୁଡି ୨ ଯୁବକଙ୍କ ମୃତ୍ୟୁ

ପାଟକୁରା: କେନ୍ଦ୍ରାପଡାର ପାଟକୁରା ଦେଇ ବହିଯାଇଥିବା ଚିତ୍ରୋତ୍ପଳା ନଦୀରେ ଗାଧୋଉଥିବା ବେଳେ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ଉଭୟ ଯୁବକ ମହାରାଷ୍ଟ୍ରର ମୁମ୍ବାଇର ଇସଲାମ ଧର୍ମ ପ୍ରଚାରକ । ସେମାନେ ପାଟକୁରାରେ ହେଉଥିବା ତବିଲ ଜମାତ ଉତ୍ସବକୁ ଆସିଥିଲେ ।

ସୂଚନା ଅନୁଯାୟୀ ପାଟକୁରା ଥାନା ଅଧୀନ ମସଜିଦରେ ତିନି ଦିନ ଧରି ଜବିଲ ଜମ।।ତ୍ ଉତ୍ସବ ଚାଲିଛି । ଏଥିରେ ଇସଲାମ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ବିଭିନ୍ନ ଅଞ୍ଚଳରୁ ପ୍ରଚାରକ ଆସି ଯୋଗଦେଇଥାନ୍ତି । ମହାରାଷ୍ଟ୍ରର ମୁମ୍ବାଇରୁ ମଧ୍ୟ କିଛି ଧର୍ମ ପ୍ରଚାରକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଛନ୍ତି । ଆଜି ସକାଳେ ସେମାନଙ୍କ ମଧ୍ୟରୁ କିଛି ସ୍ଥାନୀୟ ଲୋକଙ୍କ ସହ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣ ନଦୀ ସ୍ରୋତରେ ଭାସି ଯାଇଥିଲେ । ସେମାନଙ୍କୁ ବୁଡିଯିବାର ଦେଖି ସ୍ଥାନୀୟ ଲୋକେ ସେମାନଙ୍କ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଉଦ୍ଧାର କରି ପାରି ନ ଥିଲେ । ଗରଦପୁର ଅଗ୍ନିଶମ ବାହିନୀ ଖବର ପାଇ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରୁ ଜଣକ ଘର କେନ୍ଦ୍ରାପଡାରେ ହୋଇଥିବା ବେଳେ ଅନ୍ୟ ଜଣେ ମୁମ୍ବାଇର ବୋଲି ଜଣା ପଡିଛି ।

Related posts

୨୩ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିରେ ଦିଶୁଚି

mahabharatanews

୨୫ରେ ବଢିବ ବର୍ଷାର ପରିମାଣ 

mahabharatanews

ଚଳନ୍ତା ଯାତ୍ରୀବାହୀ ଟ୍ରେନରୁ ପଡ଼ି ଯୁବକ ଗୁରୁତର

mahabharatanews