ଓଡିଶା

ବ୍ରହ୍ମପୁର ଏସପି ଦେଇଥିବା ଏକ ବୟାନକୁ ନେଇ ଆପତ୍ତି ଉଠାଇଥିଲେ ହାଇକୋର୍ଟ

ଅକ୍ଟୋବର ୨୨ରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମ କୁ ବ୍ରହ୍ମପୁର ଏସପି ଦେଇଥିବା ଏକ ବୟାନକୁ ନେଇ ଆପତ୍ତି ଉଠାଇଥିଲେ ହାଇକୋର୍ଟ। ଯେଉଁଥିପାଇଁ ଏସପିଙ୍କୁ ହାଇର୍କୋଟରେ ଉତ୍ତର ରଖିବାକୁ ନିଦେ୍ର୍ଦଶ ଜାରୀ ହୋଇଥିଲା । ମାନ୍ୟବର ହାଇକୋର୍ଟଙ୍କ ଅନୁଯାୟୀ ପୀତବାସଙ୍କ ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କହିବା ସମୟରେ ଏସପି ଏକ ଇଲେକ୍ସନ ପିଟିସନ ବିଷୟରେ କହିଥିଲେ। ପେଣ୍ଡିଂ ଇଲେକ୍ସନ ପିଟିସନ ଉପରେ ମନ୍ତବ୍ୟ ଦେଇଥିବାରୁ ବ୍ରହ୍ମପୁର ଏସ୍.ପି.ଙ୍କ ଠାରୁ ଶପଥ ପାଠ ତଲବ କରିଥିଲେ ହାଇକୋର୍ଟ। ତେଣୁ ଆଜି ହାଇକୋର୍ଟ ଗଲେ ଏସପି । ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ସର୍ବଣା ବିବେକ ଏମ । ୭ ତାରିଖରେ ଦେଇଥିବା ଉତ୍ତରରେ ସନ୍ତୁଷ୍ଟ ନ ହୋଇ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇ ଆଫିଡେଭିଟ ମାଧ୍ୟମରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏନେଇ ଆଜି ସତ୍ୟପାଠ ଜରିଆରେ ଜବାବ ଦାଖଲ କରିଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ । କାଲି ମାମଲା ଶୁଣାଣୀ ଅଛି ।

Related posts

ଢ଼ିଙ୍କିଆରେ ପୋଲିସର ଆଚରଣକୁ ଏସୟୁସିଆଇ ପକ୍ଷରୁ ତୀବ୍ର ନିନ୍ଦା

mahabharatanews

ନାଁ ନ ନେଇ ସୁଜାତା ଆର୍ କାର୍ତ୍ତିକେୟନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର

mahabharatanews

ସମ୍ବଲପୁର ଜିଲ୍ଲା ପିଥମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

mahabharatanews