ନବରଙ୍ଗପୁର: ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ୧୦ଟି ବ୍ଲକକୁ ବନ୍ଦ ଡାକରା ଦିଆଯାଇଛି । ଏପରିକି ଉତ୍ୟକ୍ତ ହୋଇ ଜାଳିଦେଲେ କାର । ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ପୋଲିସ ନିରବ ଥିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଅ ।ଯାଇଛି । ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଗୁମଣ୍ଡଳୀ ଗାଁ ର ବହୁ ଚର୍ଚ୍ଚିତ ହେମଲତା ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଡ଼ିତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବି ହୋଇଛି । ଏହା ସହ ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି । କୁନ୍ଦୁଲି ଘଟଣା ପରି ଏହି ଘଟଣାକୁ ମଧ୍ୟ ରାଜ୍ୟ ସରକାର ଚପେଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ଗାଡି ଚଳାଚଳ ପ୍ରଭାବିତ ହେବା ସହ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଯାତ୍ରୀ ମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅ ।ନ୍ଦୋଳନ ପରେ ଯଦି ପୋଲିସ ଘଟଣା ର ପର୍ଦ୍ଦାଫାଶ ନ କରେ ତାହେଲେ ଅ ।ଗାମୀ ଦିନରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଚେତାବନୀ ଦିଅ ।ଯାଇଛି ।
,,
previous post
next post