ଓଡିଶା

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା

(ନୂଆପଡ଼ା): ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସୁନାରିସିକୁଆଁ ଗାଁରେ । ଯୁବକଙ୍କ ନାଁ ଅଭିମନ୍ୟୁ ବୈଠାରୁ । ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୮ଟା ୩୦ ମିନିଟରେ ଅଭିମନ୍ୟୁଙ୍କ ସହ ତାଙ୍କ ପଡ଼ୋଶୀଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଏନେଇ ୩ ରୁ ୪ ଜଣ ପଡ଼ୋଶୀ ଅଭିମନ୍ୟୁଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟି ପିଟି ମାରିଥିଲେ । ଏହି ସମୟରେ ଅଭିମନ୍ୟୁଙ୍କୁ ବଞ୍ଚାଇବାକୁ ଯାଇଥିବା ଜଣେ ମହିଳା ମଧ୍ୟ ଗୁରୁତର ଭାବେ ଆହାତ ହୋଇଛନ୍ତି । ଏନେଇ ସୂଚନା ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ମହିଳାଙ୍କୁ ଡାକ୍ତରଖାନାକୁ ପଠାଯାଇଛି ।

 

Related posts

ଶ୍ରୀମନ୍ଦିରରେ ୫ଘଣ୍ଟା ସାଧାରଣ ଦର୍ଶନ ମନା

mahabharatanews

ଉୟୁରଭଞ୍ଜ ଡିଗ୍ରୀକଲେଜକୁ ସମ୍ମାନିତ କଲେ ମହାମହିମ ରାଷ୍ଟ୍ରପତି

mahabharatanews

ଗୁଜୁରାଟରୁ ୪ ବସରେ ଗଞ୍ଜାମ ଆସୁଛନ୍ତି ପ୍ରବାସୀ ଓଡିଆ: ଜିଲ୍ଲାପାଳ

mahabharatanews