ଅପରାଧ

ନାବାଳିକାକକୁ ଗଣଦୁଷ୍କର୍ମ ପରେ ଫିଙ୍ଗିଗଲେ ଦୁର୍ବୃତ୍ତ

ଜୟପୁର: ପୁଣି ଦିଲ୍ଲୀ ନିର୍ଭୟା ଘଟଣା । ଜଣେ ୧୬ ବର୍ଷୀୟା ନାବାଳିକାକକୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗିଦେଇଗଲେ ଦୁର୍ବୃତ୍ତ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ରାଜସ୍ତାନର ଅଲୱାର ଜିଲ୍ଲାରେ । ଗଣଦୁଷ୍କର୍ମ ପରେ ନାବାଳିକାଙ୍କ ପ୍ରାଇଭେଟ ପାର୍ଟରେ ତୀକ୍ଷ୍ନ ଉପକରଣ ଭର୍ତ୍ତି କରି ସହରର ଓଭର ବ୍ରିଜ ଉପରେ ଫିଙ୍ଗିଦେଇ ଯାଇଥିଲେ ଦୁର୍ବୃତ୍ତମାନେ । ପୀଡିତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି ।
ଚଳିତ ସପ୍ତାହର ପ୍ରାରମ୍ଭରେ ପୀଡିତାଙ୍କୁ ଟିଜାରା ପ୍ଲାଇ ଓଭର ଉପରୁ ଉଦ୍ଧାର କରାଯାଇଥିଲା । ମଙ୍ଗଳବାର ଦିନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କ ରକ୍ତସ୍ରାବ ବନ୍ଦ କରିବା ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ବୁଧବାର ତାଙ୍କୁ ଜୟପୁରର ଜେ କେ ଲୋନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ୨ ଘଣ୍ଟାର ଅପରେସନ ପରେ ଡାକ୍ତର ତାଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ତେବେ ଡାକ୍ତର ଏଏନଆଇକୁ କହିଛନ୍ତି, ନାବାଳିକାଙ୍କ ସହ ଗଣଦଷ୍କର୍ମ ପରେ ତାଙ୍କ ପ୍ରାଇଭେଟ ପାଟରେ କିଛି ତୀକ୍ଷ୍ନ ସାମଗ୍ରୀ ପୁରାଇ ଦୁଷ୍କର୍ମ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା । ଏଥିରେ ପୀଡିତାଙ୍କ ଅଭ୍ୟନ୍ତରୀଣ ବହୁ ଅଂଶ କ୍ଷତିଗ୍ରସ୍ତ ହୋଇଥିଲେ । ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପଟେ ପୁଲିସ ଏହି ଘଟଣାକୁ ନେଇ ତଦନ୍ତ ଚଳାଇଛି । ସେଠାରେ ଥିବା ପ୍ରାୟ ୩୦୦ଟି ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଇ ସେଠାକାର ୨୫ କିମିରୁ ଅଧିକ ଅଞ୍ଚଳକୁ ଯାଞ୍ଚ ପରିସରଭୁକ୍ତ କରାଯାଇଛି ।

Related posts

ଚାକିରି ଦେବା ନାଁରେ ଠକେଇ; ଶିକ୍ଷୟିତ୍ରୀ ଗିରଫ

mahabharatanews

ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ଡିଏସପିଙ୍କ ବଡ ବୟାନ

mahabharatanews

ଗତ ୨୪ ଘଣ୍ଟାରେ ୨୯୧ କରୋନା ପଜିଟିଭ ଚିହ୍ନଟ

mahabharatanews

Leave a Comment