ଓଡିଶା

ନାବାଳିକାକୁ କଚାଡି ମାରିଲା ହାତୀ

ମହାଭାରତ, ପାଟଣା: ସାହରପଡା ବ୍ଲକ ତେଣ୍ଡେରା ପଞ୍ଚୟତର ହରିହରପୁର ଗ୍ରାମରେ ଜଣେ ୧୦ ବର୍ଷ ନାବାଳିକୁ ହାତୀ କଚାଡି ମାରିବା ଘଟଣାରେ ଗ୍ରାମବାସୀ ଉଦ୍ୟକ୍ତହୋଇ ରାସ୍ତାରୋକ କରିଛନ୍ତି ।

ସୂଚନା ଅନୁଯାୟୀ, ହରିହରପୁର ଗ୍ରାମ ଭିତରକୁ କିଛି ହାତୀ ପଲ ପଶି ଆସିଥିଲେ । ଏହି ହାତୀ ପଲ ହାବୁଡରେ ପଡିଯାଇଥିଲା ୧୦ ବର୍ଷୀୟା ନାବାଳିକା । ଗୋଟିଏ ହାତୀ ନାବାଳିକାକୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା । ସେଠାରେ ନାବାଳିକାର ମୃତ୍ୟୁ ହୋଇଥିଲା । ଏହା ପରେ ମେଦିନିପୁରରେ ପଶି ଗ୍ରାମର ଦୁଇଟି ଘର ଓ ଭଣ୍ଡାରି ବିଲାରେ ଗୋଟିଏ ଘରକୁ ହାତୀପଲ ଭାଙ୍ଗି ଦେଇଥିଲେ । ନାବାଳିକା ମୃତ୍ୟୁକୁ ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇ ପାଟଣା ପୁଲିସ ଓ ବନବିଭାଗ ଗ୍ରାମବ।।ସୀଙ୍କୁ ବୁଝା ସୁଝା କରିବା ସହ ସେମାନଙ୍କୁ କ୍ଷତିପୂରଣ ବାବଦକୁ ୩୦ ହଜାର ଟଙ୍କା ପ୍ରଦାନ କରିବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ ।

ସେହି ହାତୀପଲ ଗୁଳୁଦିପଶି ଗ୍ରାମରେ ଦୁଇଟି ଘର, ତୁଳସୀପୁରର ଗୋଟିଏ ଘର, ଡୁମୁରିଡିହା ଗ୍ରାମରେ ଗୋଟିଏ ଘର ଭାଙ୍ଗିଦେବା ସହ ବ୍ୟାପକ ଧାନ ଚାଉଳ ଖାଇଥିଲେ । ଏବେ ଏହି ଦନ୍ତା ପଲ ଦହିବହାଳି ଗାଁଁ ନିକଟ ଗୋବର।।ବେହା ରିଜର୍ଭ ଫରେଷ୍ଟରେ ଅଛନ୍ତି । ଏଥିନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବନବିଭାଗ ହାତୀପଲଙ୍କୁ ଘଉଡ।।ଇବାକୁ କୌଣସି ପଦକ୍ଷେପ ନେଉ ନ ଥିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

Related posts

ମୋହନ ସରକାରଙ୍କ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ, ୨୦ ନୂଆ ଜିଲ୍ଲାପାଳ ନିଯୁକ୍ତ

mahabharatanews

ବିଶ୍ୱରେ ଭାଇରଲ ହେଇଥିବା କିଲି ପଲଙ୍କୁ ମରଣାତ୍ମକ ଆକ୍ରମଣ

mahabharatanews

କୁକୁଡାଖଣ୍ଡି ରୁ ପ୍ରଯୁକ୍ତି ବିଦ୍ୟା ସଚେତନତା ରଥ ଶୁଭଆରମ୍ଭ

mahabharatanews