ଓଡିଶାସ୍ୱାସ୍ଥ୍ୟ

ଆସିକା ପାଇଁ ଗର୍ବ ଆଣିଲେ ବିକ୍ରମ

ଆସିକା : ମେଧାବୀ ଛାତ୍ରଙ୍କ ସଫଳତା ଗାଁ ଓ ରାଜ୍ୟ ପାଇଁ ଗୌରବ । ତେବେ ଏମିତି ଏକ ସଫଳତା ଆଣିଦେଇଛନ୍ତି ଗଞ୍ଜାମ ଜିଲ୍ଲା ସ୍ଥିତ ବାବନରପୁର ପଂଚାୟତର ବିକ୍ରମ କେଶରୀ ନାୟକ । ମେଧାବୀ ଛାତ୍ରଙ୍କ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସେ ଉର୍ତ୍ତିର୍ଣ୍ଣ କରିଛନ୍ତି ବିକ୍ରମ । ବିକ୍ରମ ୮୬ ନମ୍ବର ସ୍ଥାନ ଅଧିକାର କରିଛନ୍ତି ।

ସଫଳତା ପରେ ଜନସାଧାରଣଙ୍କ ସେବା କରିବା କାର୍ଯ୍ୟରେ ସେ ନିୟୋଜିତ ହେବେ । ତାଙ୍କ ପିତା ବସନ୍ତ କୁମାର ନାୟକ ,ଜଣେ ଏଲ. ଆଇ. ସି ଏଜେଣ୍ଟ ଥିବା ବେଳେ ମାଆ ଜଣେ ଗୃହିଣୀ । ତେବେ ବିକ୍ରମ ନିଜ ମେଧାବୃତ୍ତି ସହ ନିଜର ପାରିଶ୍ରମିକତା ପାଇଁ ଏହି ସଫଳତା ହାସଲ କରିପାରିଛନ୍ତି । ଆସିକା ପାଇଁ ଗର୍ବ ଗୌରବ ଆଣିଥିବା ବିକ୍ରମ ଏବେ ସମ୍ପ୍ରତି ଶିକ୍ଷକତା ଚକାପଦା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ତେବେ ଏମିତି ଏକ ମହାନ ବ୍ୟକ୍ତି ଆସିକା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ବୋଲି ସୂଚନା ମିଳିଛି ।

Related posts

ଅଚିହ୍ନା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

mahabharatanews

‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ;  ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛି ସଂଘ

mahabharatanews

ରେଳ ଦୁର୍ଘଟଣା : ଏଣିକି ବାହାନଗାରେ ଅଟକିବ ଟ୍ରେନ୍

mahabharatanews