ଓଡିଶା

ନାବାଳିକା ଗଣବଳାତ୍କାର ମାମଲା: ଓଟିଭି ଏମଡିଙ୍କ ଗିରଫଦାରୀ ଦାବିରେ ଗଣବିକ୍ଷୋଭ

ଭୁବନେଶ୍ୱର/ସରୋଜ ରାଉତ: ଓଟିଭି କର୍ମଚାରୀଙ୍କ ଦ୍ୱାରା ନାବାଳିକା ଗଣବଳାତ୍କାର ଶିକାର ହେବା ପରେ ଏବେ ମାମଲା ଥାନାରେ । କିନ୍ତୁ ଏହି ମାମଲାକୁ ଚପାଇ ଦେବାକୁ ଚକ୍ରାନ୍ତ କରୁଛନ୍ତି ଓଟିଭିର ପରିଚାଳନା ନିର୍ଦ୍ଦେଶିକା (ଏମଡି) ଜାଗୀମଙ୍ଗତ୍ ପଣ୍ଡା । ଏହାକୁ ବିରୋଧ କରି ଆଜି ଷ୍ଟେଟ ପ୍ରୋଗେସିଭ ୱିମେନ ଫୋରମ ପକ୍ଷରୁ ଏକ ଗଣ ବିକ୍ଷୋଭ କରାଯାଇଛି । ଓଟିଭି ମାମଲା ରଫା ଦଫା କରିବାକୁ ଅଭିଯୋଗକାରିଣୀଙ୍କ ଉପରେ ପକାଉଛି ଚାପ । ଅଭିଯୋଗକାରିଣୀଙ୍କ ସମ୍ପର୍କରେ ମିଛ ଖବର ପ୍ରଚାର କରାଯାଉଛି । ତେଣୁ ଫୋରମ ପକ୍ଷରୁ ଜାଗୀ ପଣ୍ଡାଙ୍କ ଗିରଫ ଦାରି ଦାବି କରାଯାଇଛି । ଜାଗୀ ପଣ୍ଡା ଘଟଣାକୁ ଚାପିବାକୁ ଆପ୍ରାଣ ଚେଷ୍ଟା କରୁଥିବା ଫୋରମ ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଆଜି ଫୋର ରାଜ୍ୟପାଳଙ୍କ ନିକଟରେ ଗୁହାରୀ କରିଛନ୍ତି ।
ଏହି ନାବାଳିକା ଗଣବଳାତ୍କାର ମାମଲାରେ ଓଟିଭିର ୪ ଜଣଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ ଜଣେ ପୁଲିସ କର୍ମଚାରୀ ଓ ତାଙ୍କ ୨ ସାଙ୍ଗଙ୍କ ନାମ ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି । ଏହି ମାମଲାକୁ ନେଇ ପୁଲିସ ତଦନ୍ତରେ ଶିଥିଳତା ଦେଖିବାକୁ ମିଳୁଥିବା ବିଭିନ୍ନ ମହଲରୁ ଅଭିଯୋଗ ହେଉଛି । ତୁରନ୍ତ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ମଧ୍ୟ ହେଉଛି ।

Related posts

ଆଜି ଶ୍ରୀଜିଉଙ୍କ ଚିତାଲାଗି ନୀତି ; ୪ଘଣ୍ଟା ଦର୍ଶନ ମନା

mahabharatanews

ଓଡ଼ିଶା ଉପରେ ପଡ଼ିବ ନାହିଁ ବାତ୍ୟାର ପ୍ରଭାବ

mahabharatanews

ବଜ୍ରକାପ୍ତା ଚୋରା ଚାଲାଣକାରୀ ଗିରଫ

mahabharatanews