ଓଡିଶା

ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ବରଣ କରିଥିବା ଅଭିଯୋଗ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନାଗିରି): ମାଲକାନାଗିରି ଜିଲ୍ଲାରେ ଚିକିତ୍ସା ଅବହେଳା ଯୋଗୁଁ ଜଣେ ରୋଗି ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଆଜି ମାଲକାନାଗିରି ଜିଲ୍ଲାର ବାଲିମେଳା ରେ ଜଣେ ବ୍ୟକ୍ତିଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମାଲକାନାଗିରି ରେଫର କରିଥିଲେ । ରୋଗୀଙ୍କୁ ମାଲକାନାଗିରି ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିବା ବେଳେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ଆସିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାସହ ମାଲକାନାଗିରି ଆସିବା ପରେ ଡାକ୍ତର ତାଙ୍କ ଅବସ୍ଥା ଗୁରୁତର ଥିବା କହିଥିଲେ ଏବଂ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଟେଷ୍ଟ ରିପୋର୍ଟ ସକାଳେ ମିଳିବ ବୋଲି ମେଡିକାଲ ପ୍ରଶାସନ ତରଫରୁ ପରିବାର ଲୋକଙ୍କୁ କୁହାଯାଇଥିଲା । କିନ୍ତୁ କିଛି ସମୟ ପରେ ଡାକ୍ତର ଙ୍କ ପକ୍ଷରୁ ପରିବାର ଲୋକଙ୍କୁ ରୋଗୀଙ୍କ ମୃତ୍ୟୁ ହୋଇଛି ଏବଂ ସେ କରୋନା ପଜିଟିଭ୍ ଥିବା କୁହାଯାଇଥିଲା । ତେବେ ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯେଉଁ ରିପୋର୍ଟକୁ ଆସିବାକୁ ୩ ରୁ ୪ ଘଣ୍ଟା ସମୟ ଲାଗେ ୧୫ ମିନିଟରେ ସେଇ ରିପୋର୍ଟ କିଭଳି ଆସିଲା ତାକୁ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାସହ ମୃତ ଦେହକୁ ପରିବାର କୁ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି ।

Related posts

ଧାମନଗର ଉପନିର୍ବାଚନ CEO ଙ୍କ ସାମ୍ବାଦିକ ସମ୍ମିଳନୀ: ନିୟୋଜିତ ହେଲେ 2 କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

mahabharatanews

ଉତରାୟଣ କାଇଟ୍ ଫେଷ୍ଟିଭାଲ ଅନୁଷ୍ଠିତ

mahabharatanews

ଅବପାତର ରୂପ ନେବ ଲଘୁଚାପ କ୍ଷେତ୍ର!

mahabharatanews