ଓଡିଶା

ନିର୍ମାଲ୍ୟ ଓ ମହାପ୍ରସାଦର ଅନଲାଇନ ବିକ୍ରିକୁ ବିରୋଧ କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ

(ଜୟନ୍ତ କୁମାର ସେଠୀ /ପୁରୀ): ନିର୍ମାଲ୍ୟ ଓ ମହାପ୍ରସାଦର ଅନଲାଇନ ବିକ୍ରିକୁ ବିରୋଧ କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ । ସଙ୍ଘ ପକ୍ଷରୁ ଆମାଜନ ନାମରେ ଲିଗାଲ ନୋଟିସ ଦିଆଯାଇଛି। ଆମାଜନ ସିଇଓ ଅମିତ ଅଗ୍ରୱାଲଙ୍କୁ ଏହି ଲିଗାଲ ନୋଟିସ ଦିଆଯାଇଛି। ଯେଉଁ ଥିରେ କି ଉଲ୍ଲେଖ ରହିଛି ନିର୍ମାଲ୍ୟ ମହାପ୍ରସାଦ ଶ୍ରୀମନ୍ଦିର ପ୍ରଶାସନ ବିନା ଅନୁମତିରେ ଅନଲାଇନରେ ବିକ୍ରି କରିବା ବେଆଇନ। ସେହିପରି ନିର୍ମାଲ୍ୟ କେଵଳ ଶ୍ରୀମନ୍ଦିର ଭିତରେ ପ୍ରସ୍ତୁତ ହୋଇଥାଏ। ତେବେ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଅନଲାଇନ ନିର୍ମାଲ୍ୟ ବିକ୍ରି ନାଁରେ ନକଲି ନିର୍ମାଲ୍ୟ ବିକ୍ରିର ଆଶଙ୍କା ରହିଛି। ଏଥି ସହିତ ଏହା କୌଣସି ରେଷ୍ଟୁ ରାଣ୍ଟ ମେନୁ ନୁହେଁ ଯେ ଅନଲାଇନରେ ମଗାଇ ଖାଇବେ । ଏହା ନିର୍ମାଲ୍ୟ ମହାପ୍ରସାଦ ଓ ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ । ଏଣୁ ତୁରନ୍ତ ଏହି ଲିଗାଲ ନୋଟିସର ଉତ୍ତର ଦେବା ସହ ଆମଜ଼ାନରୁ ନିର୍ମାଲ୍ୟ ବିକ୍ରି ନିଷିଦ୍ଧ କରାଯାଉ। ନ ହେଲେ ଆମାଜନ ବିରୋଧରେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଙ୍ଘ ଆଇନ ଗତ କାର୍ୟ୍ୟନୁଷ୍ଠାନ ନେବ ବୋଲି କୁହାଯାଇଛି। ସଂଗଠନର ଆବାହକ ଅନିଲ କୁମାର ସାହୁ ଏହି ଲିଗାଲ ନୋଟିସ ଦେଇଛନ୍ତି ।

Related posts

ଚୌଟାଲାଙ୍କ ଫାର୍ମ ହାଉସ ଉପରେ ଇଡିର ଚଢାଉ

mahabharatanews

ଆଜି ପବିତ୍ର ପଙ୍କେ ଉଦ୍ଧାର ଏକାଦଶୀ

mahabharatanews

କରୋନାସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଭିମସାରର ୧୫ ଜଣଙ୍କୁ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ

mahabharatanews