ଓଡିଶା

କରୋନାସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଭିମସାରର ୧୫ ଜଣଙ୍କୁ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ

ସମ୍ବଲପୁର: ସମ୍ବଲପୁର ସ୍ଥିତ ବୁର୍ଲା ଭିମସାର ମେଡିକାଲର ୫ଜଣ ଡାକ୍ତର ଓ ୧୦ ଜଣ ନର୍ସଙ୍କୁ କରୋନା ସଂକ୍ରମଣ ସନ୍ଦେହରେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଏମାନଙ୍କ ଭିତରୁ ୨ଜଣ ଡାକ୍ତର ହାଇ ରିସ୍କରେ ଥିବା ବେଳେ ୩ ଜଣ ଡାକ୍ତର ଓ ୧୦ ଜଣ ନର୍ସ ଲୋ ରିସ୍କରେ ଅଛନ୍ତି। ହାଇ ରିସ୍କରେ ଥିବା ୨ଜଣ ଡାକ୍ତରଙ୍କୁ ୧୪ ଦିନିଆ ସଙ୍ଗରୋଧରେ ରହିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଲୋ ରିସ୍କରେ ଥିବା ୧୩ଜଣଙ୍କୁ ସ୍ବାବ ରିପୋର୍ଟ ଆସିବା ଯାଏଁ ସଙ୍ଗରୋଧରେ ରହିବାକୁ କୁହାଯାଇଛି।
ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରୁ ଜଣେ ରୋଗୀ ବୁର୍ଲା ଭିମସାର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କଠାରେ କରୋନାର ଲକ୍ଷଣ ଦେଖା ଦେଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ବରର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଉକ୍ତ ରୋଗୀଙ୍କ ଚିକିତ୍ସା କାଳରେ ତାଙ୍କ ସଂସ୍ପର୍ଶରେ ୫ ଡାକ୍ତର ଓ ୧୦ ନର୍ସ ଆସିଥିଲେ ।

Related posts

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…

mahabharatanews

ନୂଆପଡା ଉପନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews

କଳ୍ପନା ଛକରେ ଥିବା ଫଳ ଦୋକାନରେ ଅଗ୍ନିକାଣ୍ଡ

mahabharatanews