ଓଡିଶା

ନୂତନ ଜାଇକା ହୋଟେଲର ଶୁଭ ଉଦ୍ଘାଟନ

ପାରାଦ୍ୱୀପ: ପାରାଦ୍ୱୀପ ବଡପଡିଆ ଜୁବଲି ମାର୍କେଟରେ ହୋଟେଲ ଜାଇକା ଗତକାଲି ଉଦ୍ଘାଟନ ହୋଇଯାଇଛି । ଉକ୍ତ ହୋଟେଲକୁ ପାରାଦ୍ୱୀପ ପୌରପାଳିକାର ଚେୟାରମ୍ୟାନ ବସନ୍ତ ବିଶ୍ୱାଳ ଉଦ୍ଘାଟନ କରିଥିଲେ । ହୋଟେଲଟି ସମୂର୍ଣ୍ଣ ଭାବେ ଏୟାର କଣ୍ଡିସନ (ଶୀତତାପ ନିୟନ୍ତ୍ରୀତ) ସହିତ ବିଭିନ୍ନ ପ୍ରକାର ଆଇସ୍କ୍ରିମ୍ର ବ୍ୟବସ୍ଥା କରାଯାଇଛି । ହୋଟେଲରେ ବିଭିନ୍ନ ପ୍ରକାର ସୁଇଟସ୍ , ଟିଫିନ ଏବଂ ସାଉଥ ଇଣ୍ଡିଆନ ଖାଦ୍ୟ ମିଳିବ ବୋଲି ରାକେଶ କୁମାର ପଟ୍ଟନାୟକ(ରାକା), ପ୍ରିତି ରଞନ ମହାପାତ୍ର(ନନି) କହିଛନ୍ତି । ପୂର୍ବରୁ ଥାନା ପଛ ପଟେ ଥିବା ଜାଇକା ହୋଟେଲ ଗ୍ରାହକମାନଙ୍କୁ ସୁସ୍ୱାଦୁ ଖାଦ୍ୟରେ ମନଜିଣି ଚାଲିଥିଲା । ନୂତନ ଜାଇକା ବନ୍ଦର ସହରରେ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବ ଏଥିରେ ଦ୍ୱିମତ ନାହିଁ । ଉଦ୍ଘାଟୀ ଉତ୍ସବରେ ଭଜନ କିର୍ତ୍ତନ ସହିତ ବିଧି ବଧଭାବେ ପୂଜା ଅର୍ଚ୍ଚନା କରାଯାଇଥିଲା ।

Related posts

୧୦ ଓ ୧୧ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

୨୦୨୫ ମାର୍ଚ୍ଚ ସୁଦ୍ଧା ସମସ୍ତ ଗାଁକୁ ପହଞ୍ଚିଯିବ ନେଟୱର୍କ : ମନ୍ତ୍ରୀ ମୁକେଶ ମହାଲିଙ୍ଗ

mahabharatanews

ଶିଶୁ କୋଭିଡ ହସ୍ପିଟାଲ ଖୋଲାଯିବ: ସିବିକେ ମହାନ୍ତି

mahabharatanews

Leave a Comment