ଓଡିଶା

ନଦୀରେ ବୁଡି ପୁଣି ଜଣେ ଶିଶୁ ମୃତ

ଯାଜପୁର: ଚଣ୍ଡିଖୋଲ ଅଞ୍ଚଳର ନଈ ପାଣି ପାଲଟିଛି ମରଣଯନ୍ତା । ନାଳରେ ଗାଧାଉଥିବା ବେଳେ ପାଣିରେ ବୁଡି ପୁଣି ଜଣେ ଶିଶୁ ପ୍ରାଣ ହରାଇଛି । ମୃତ ଶିଶୁ ହେଉଛି ଯାଜପୁର ଧର୍ମଶାଳା ବ୍ଲକ ହାମଜାପୁର ଗ୍ରାମର ପିକୁଲ ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା ଦାସ । ଘର ପାଖ ସଗଡିଆ ନାଳକୁ ଗାଧୋଇବାକୁ ଯାଇଥିବା ସମୟରେ ଘଟିଯାଇଛି ଏଭଳି ଅଘଟଣ । ଗୋଧୋଇବା ସମୟରେ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲା ଲକ୍ଷ୍ମୀପ୍ରିୟା । ପରେସ୍ଥାନୀୟ ଲୋକେ ଖୋଜା ଖୋଜି କରି ପାଣିରୁ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଗତକାଲି ମଧ୍ୟ ଏହି ଗାଁର ଜଣେ ୪ ବର୍ଷର ଶିଶୁ ବିଘ୍ନେଶ୍ୱର ନଦୀରେ ବୁଡି ପ୍ରାଣ ହରାଇଥିଲେ । ଆଜି ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ପରେ ଗ୍ରାମରେ ଶେକାକୁଳ ପରିବେଶ ସୃଷ୍ଟି ହୋଇଛି ।

Related posts

ଅପରାହ୍ନରେ ଦୁଇ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଛି ଓମସା

mahabharatanews

ବରୀ ବ୍ଲକରେ କୋଭିଡ ନିୟମକୁ ଫୁ, ସାମାଜିକ ଦୂରତା ନମାନି ଡଙ୍ଗାରେ ଯାଉଛନ୍ତି ଲୋକେ

mahabharatanews

ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

mahabharatanews