ଓଡିଶା

ନେସ୍କୋ ଗୋଦାମରେ ଅଗ୍ନିକାଣ୍ଡ

ବାଲେଶ୍ୱର: ସହଦେବଖୁଣ୍ଡା ଥାନା ଅଧୀନ ବାଲିଆସ୍ଥିତ ନେସ୍କୋର ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ କୋଟିଏରୁ ଊଦ୍ଧ୍ୱର୍ ଟଙ୍କାର ବିଦ୍ୟୁତ୍ ଟ୍ରାନ୍ସଫରମର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛ । ସୂଚନା ମିଳିବା ପରେ ଦମକଳ ବାହିନୀର ୬ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା ।

ସୂଚନା ଅନୁସାରେ ଗୋଦାମ ଗୃହରେ ଗତକାଲି ସଂଧ୍ୟା ପ୍ରାୟ ୫ଟାରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବା ପରେ ଗୋଦାମ ଗୃହରେ ଥିବା ବହୁ ସଂଖ୍ୟାରେ ନୂଅ ଓ ପୁରୁଣା ଟ୍ରାନ୍ସଫରମର ଜଳିଯାଇଥିଲା । ସେହିପରି ଲକ୍ଷାଧିକ ଟଙ୍କାର କେବୁଲ ତାର ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ଖବର ପାଇଁ ଅଗ୍ନିଶମ ବିଭାଗର ୬ଟି ଦମକଳଗାଡ଼ି ପ୍ରାୟ ସାଢେ ୩ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ । ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ି ନାହ । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଗୋଦାମ ଗୃହରେ ପ୍ରାୟ ୨୦ ହଜାର ଲିଟର ଟ୍ରାନ୍ସଫରମର ତେଲ ଗଚ୍ଛିତ ଥିଲା । ତାହା କୁହାଯାଉଛି ଯେ, ଟ୍ରାନ୍ସଫରମର ତେଲ ଯୋଗୁଁ ନିଆଁ ଭୟଙ୍କର ରୂପ ନେଇଥିଲା । ନେସ୍କୋର ମାନବ ସମ୍ବଳ ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ସୁବୁଦ୍ଧି କହିଛନ୍ତି, ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ । ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପରେ ଏହା ଜଣାପଡ଼ିବ ।

Related posts

ଡ୍ରଗ୍ସ କାରବାରର ହେବ ମୂଳପୋଖ : ମନ୍ତ୍ରୀ

mahabharatanews

ଆଜି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅର୍ଥାତ ଜନ୍ମାଷ୍ଟମୀ

mahabharatanews

ସେପ୍ଟେମ୍ବରରେ ଚାଳିବ ଇ-ଯାନ

mahabharatanews