ଓଡିଶା

ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ

ବାଲେଶ୍ୱର ଜିଲ୍ଲା ସୋର ସୋର ଥାନା ଅଧୀନ ଦାଣ୍ଡହରିପୁର ଗ୍ରାମରେ ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ୨ କନିଷ୍ଠ ଖଣି ଅଧିକାରୀଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ରହିଛି। ସୂଚନା ଅନୁସାରେ; ଆଜି ଅପରାହ୍ନରେ ବାଲେଶ୍ବର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଓ ସମ୍ବିତ କୁମାର ମଣି ଦାଣ୍ଡହରିପୁର ଗ୍ରାମରେ ଏକ ଡମ୍ପର ବେଆଇନ ଭାବେ ପଥର ଚାଲାଣ କରୁଥିବା ଖବର ପାଇ ଚଢ଼ଉ କରିଥିଲେ। ତେବେ ଖଣି ବିଭାଗକୁ କିଏ ଖବର ଦେଲା କହି ଏହି ସମୟରେ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲେ । ଖଣି ଅଧିକାରୀ ଦ୍ବୟ ପହଞ୍ଚି ଗାଡ଼ିକୁ ଜବତ କରି ଆଣିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଆକ୍ରମଣ କରିଥିଲେ ବୋଲି ଜଣାପଡ଼ିଛି।

Related posts

ଭୁବନେଶ୍ୱରରୁ ଆଉ ୧୪ କରୋନା ପଜିଟିଭ ଚିହ୍ନଟ

mahabharatanews

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସ

mahabharatanews

ଥମୁନି ମୃତ୍ୟୁ ସଂଖ୍ୟା, ହାତୀ ମୃତଦେହ ଠାବ

mahabharatanews