Uncategorized

ପଦୋନ୍ନତିରେ ସଂରକ୍ଷଣ: ସୁପ୍ରିମକୋର୍ଟଙ୍କ ବିରୋଧରେ ଭୀମ ଆର୍ମୀର ମୋର୍ଚ୍ଚା

ଔରଙ୍ଗାବାଦ: ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ସୁପ୍ରିମକୋର୍ଟଙ୍କ ରୁଲିଂକୁ ଅବମାନନା କରି ରବିବାର ଦିନ ଏକ ମୋର୍ଚ୍ଚା ବାହାର କରିଛନ୍ତି, ଯେଉଁଥିରେ କୋର୍ଟ ରୁଲିଂ ଦେଇଥିଲେ କି, ସରକାରୀ ଚାକିରିରେ ପଦେ୍ାନ୍ନତି କ୍ଷେତ୍ରରେ ସଂରକ୍ଷଣ କୌଣସି ମୌଳିକ ଅଧିକାର ନୁହେଁ । ଆଜାଦଙ୍କ ଦ୍ୱାରା ରବିବାର ଭାରତ ବନ୍ଦ ଡାକରାରେ ଔରଙ୍ଗାବାଦରେ ଆଂଶିକ ପ୍ରଭାବ ଦେଖିବାକୁ ମଳିଛି । ବନ୍ଦ କାଳରେ ସେ ସେଠାରେ ଥିବା ଅ।।ମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଆଚାନ୍ଦଙ୍କ ଭାରତ ବନ୍ଦ ଡାକରାକୁ ଦିଲ୍ଲୀ, କୋଚିରେ କିଛି ଲୋକ ସମର୍ଥନ କରିଛନ୍ତି, ଯେଉଁମାନେ ସିଏଏ ଓ ଏନଆରସିକୁ ବିରୋଧ କରି ଆସୁଥିଲେ ।

ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ସୁପ୍ରିମ କୋର୍ଟ ତାଙ୍କ ରୁଲିଂ ଦେଇଥିଲେ, ପଦୋନ୍ନତିରେ ସଂରକ୍ଷଣ କୌଣସି ମୌଳିକ ଅଧିକାର ନୁହେଁ ଓ ରାଜ୍ୟକୁ ପଦୋନ୍ଦତି ପାଇଁ କୋଟା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇ ପାରିବ ନ।।ହିଁ । କୌଣସି ବ୍ୟକ୍ତି ପଦୋନ୍ନତିରେ ସଂରକ୍ଷଣ ଲାଗି କରିବାକୁ ଦାବି ମଧ୍ୟ କରି ପାରିବ ନାହିଁ । ତେଣୁ କୋର୍ଟ ରାଜ୍ୟକୁ ଏହାକୁ ଲ।।ଗି କରିବାକୁ ପରାମର୍ଶ ଦେବନାହିଁ ।

Related posts

ସୁପ୍ରିମ କୋର୍ଟ ପରିସରରେ ସମ୍ବିଧାନ ମୁଖବନ୍ଧ ପାଠ

mahabharatanews

କର୍ଣ୍ଣାଟକର ଉପକୂଳ ଜିଲ୍ଲା ପାଇଁ ସତର୍କ ସୂଚନା

mahabharatanews

ଏଣିକି ମହିଳାଙ୍କୁ ଅସଦାଚରଣ କଲେ ପଡ଼ିବ ମହଙ୍ଗା, କାନଫୁଲ କରିବ ସାବାଡ଼

mahabharatanews