ଓଡିଶା

ପବିତ୍ର ଅକ୍ଷୟତୃତୀୟାରେ ତିନିରଥ ନିର୍ମାଣ ଅନୁକୂଳ

(ଜୟନ୍ତ ସେଠି/ଗୋପ): ଜୁନ ୨୩ ତାରିଖରେ ରଥଯାତ୍ରା। ଏଥିପାଇଁ ପରମ୍ପରା ମୁତାବକ ଆଜି ପବିତ୍ର ଅକ୍ଷୟ ତୃତୀୟାରେ ତିନିରଥ ନିର୍ମାଣ ଅନୁକୂଳ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଆନନ୍ଦ ବଜ଼ାର ଚାହାଣି ମଣ୍ଡପ ଏବଂ ସ୍ନାନ ମଣ୍ଡପ ମଝିରେ ଚିନ୍ହଟ ସ୍ଥାନରେ ରଥ ନିର୍ମାଣ କାର୍ୟ୍ୟ ଅନୁକୂଳ ହେବ। ଚଳିତ ବର୍ଷ କରୋନା ଓ ଲକଡାଉନ କଟକଣା ଯୋଗୁ ଶ୍ରୀମନ୍ଦିର ଭିତରେ ଏହି ପରମ୍ପରା ବିଧି ଅନୁଷ୍ଠିତ ହେଉଛି। ତିନିଖଣ୍ଡ ଧଉରା କାଠକୁ ଧୁଆଯାଇ ରଖାଯାଇଚି। ଦେଉଳ ପୁରୋହିତ ଶ୍ରୋତ୍ରୀୟ ବ୍ରାହ୍ମଣ ବନଯାଗର ପଦ୍ଧତିରେ ରଥକାଠ ନୀତି ଅନୁକୂଳ କରିବେ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ଏହି ରଥ କାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଅନ୍ୟପଟେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ମଧ୍ୟ ଆଜି ଶୁଭାରମ୍ଭ। ତେବେ ଏଥର ମଧ୍ୟ କରୋନା କଟକଣା ଯୋଗୁ ଏହି ଯାତ୍ରା ଅୟୋଜନ ରେ ମଧ୍ୟ ବ୍ୟତିକ୍ରମ ହୋଇଛି। ଶ୍ରୀମନ୍ଦିର ଭିତରେ ଥିବା ଜଳ କ୍ରୀଡା ମଣ୍ଡପରେ ମହାପ୍ରଭୁ ଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

Related posts

ବଢୁଛି ତାତି : ୧୫ରୁ ବର୍ଷା ସମ୍ଭାବନା

mahabharatanews

୧୪, ୧୫, ୧୬ରେ ବିଜେପି ଜିଲ୍ଲା ସଭାପତି ନିର୍ବାଚନ

mahabharatanews

ବନକଲାଗି ନୀତି : ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews