ଓଡିଶା

ପରକୀୟା ପ୍ରିତୀରେ ହଟହଟା ପ୍ରେମୀ ଯୁଗଳ

ଉଦଳା: ଉଦଳା ଥାନା ଅନ୍ତର୍ଗ ନାବରା ଗ୍ରାମରେ ପରକୀୟା ପ୍ରିତୀ ମହଙ୍ଗା ପଡିଛି । ଅସଂଯତ ଅବସ୍ଥାରେ ଉଭୟ ମହିଳା ଏବଂ ଯୁବକ ଧରାପଡିବା ପରେ ସେମାନଙ୍କୁ ଗଛରେ ବାନ୍ଧିଦେଲେ ସ୍ଥାନୀୟ ଲୋକେ ।

ସୂଚନାଅନୁଯାୟୀ, ଉଦଳା ଥାନା ନାବରା ଗ୍ରାମର ଜଣେ ମହିଳାଙ୍କ ସହ ଜଣେ ଯୁବକଙ୍କର ପ୍ରେମ ସଂପର୍କ ଥିଲା । ସୋମବାର ବିଳମ୍ବିତ ରାତିରେ କପ୍ତିପଦା ଥାନା ରଥପୁର ଗ୍ରାମରେ ରହୁଥିବା ସଂପୃକ୍ତ ଯୁବକ ଜଣଙ୍କ ମହିଳାଙ୍କ ଘରକୁ ଆସିଥିଲେ । ତେବେ ମହିଳାଙ୍କ ଏପରି ପରକୀୟା ପ୍ରିତୀକୁ ତାଙ୍କ ପରିବାରଲୋକ ପସନ୍ଦ କରୁନଥିବା ବେଳେ ଲୁ·ଛପାରେ ମିଳାମିଳା କରୁଥିବା ମହିଳା ଓ ତାଙ୍କ ପ୍ରେମିକଙ୍କୁ ଅସଂଯତ ଅବସ୍ଥାରେ ଧରିନେଇଥିଲେ ପରିବାର ଲୋକ । ଏହାପରେ ସ୍ଥାନୀୟ ଲୋକେ ଉଭୟ ମହିଳା ଏବଂ ଯୁବକଙ୍କୁ ଗଛରେ ବାନ୍ଧି ରଖିଦେଇଥିଲେ । ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କୁ ଗଛରେ ବାନ୍ଧି ରଖିଥିବା ପରେ ଏହାର ସମାଧାନ ନେଇ ଏକ ବୈଠକ ବସିଥିଲା । ତେବେ ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମହିଳା ଏବଂ ଯୁବକଙ୍କୁ ଉଦ୍ଧାର କରିଛି ।

Related posts

କାଳ ଡ୍ୟାମର ୩ ନମ୍ବର ଗେଟ ଖୋଲିଲା

mahabharatanews

ଆଜିଠୁ ଖୋଲିବ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର

mahabharatanews

ଗାଡ଼ି ଦୁର୍ଘଟଣାଗ୍ରସ୍ତ; ୯ ମହିଳା ପୁଲିସ ଆହତ

mahabharatanews